Shree Shyam Sandesh News

Translate

ଜର୍ଜ ଉଚ୍ଚ ବିଦ୍ୟାଳୟରେ ମଣିଷ ସମାଜର ପ୍ରଗତି ଏବଂ ରେଲୱେ ର ଅବଦାନ ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ **

** ଜର୍ଜ ଉଚ୍ଚ ବିଦ୍ୟାଳୟରେ ମଣିଷ ସମାଜର ପ୍ରଗତି ଏବଂ ରେଲୱେ ର ଅବଦାନ ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ **
~~~~~~~~~~~~~~~~~~
ବରଗଡ଼ ଅଦ୍ଯ ତା ୦୯.୦୮.୨୦୨୪ ଶୁକ୍ରବାର ଦିନ ଅପରାହ୍ନ ୩ଟା ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶଙ୍କ ସଭାପତିତ୍ବରେ ଜର୍ଜ ଉଚ୍ଚ ବିଦ୍ୟାଳୟରେ ମଣିଷ ସମାଜର ପ୍ରଗତି ଏବଂ ରେଲୱେ ର ଅବଦାନ ବିଷୟକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ ବରଗଡ଼ ରେଲ ଉପଭୋକ୍ତା ସଂଘ  ର କାର୍ଯ୍ୟକାରୀ ସଭାପତି ତଥା ସଦସ୍ୟ ପୁରାତନ ଛାତ୍ର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡା, ରେଲ ଉପଭୋକ୍ତା ସଂଘ ସଦସ୍ୟ ତଥା ପୁରାତନ ଛାତ୍ର ଶ୍ରୀଯୁକ୍ତ ତୁଲସୀ ଚରଣ ଦାଶ ମଞ୍ଚାସିନ ରହି ପିଲାମାନଙ୍କୁ ରେଲୱେ ର ଇତିହାସ, ରେଲୱେ ଗମନାଗମନ ବ୍ୟବସ୍ଥାର ସହଜ ଏବଂ ସରଳ ମାଧ୍ୟମ, ରେଲୱେର ନୀତି ନିୟମ, ରିଜରଭେସନ୍ ବ୍ୟବସ୍ଥା ତଥା ବରଗଡ଼ ଜିଲ୍ଲା ରେଲ ଉପଭୋକ୍ତା ସଂଘ ଗଠନ ଇତ୍ୟାଦି ବିଷୟରେ ଛାତ୍ରମାନଙ୍କ ସହିତ ମତ ବିନିମୟ କରି ଆଲୋଚନା କରିଥିଲେ ।
 ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶ ମଧ୍ୟ ରେଲୱେ ର ବ୍ୟବହାର ଓ ମହତ୍ୱ ବିଷୟରେ ଛାତ୍ରମାନଙ୍କ ସହିତ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ବିଦ୍ୟାଳୟର ପୁରାତନ  ଛାତ୍ର ସର୍ବଶ୍ରୀ ଦିବ୍ୟ କିଶୋର ଦେବତା,ବିମଳ କୃଷ୍ଣ ମିଶ୍ର, ମନୋରଞ୍ଜନ ପୂଜାରୀ, ଅନିଳ ଅଗ୍ରୱାଲ, ସତ୍ୟଜିତ ଦାଶ, ନବ କିଶୋର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନା କୁ ସଫଳ କରିବା ରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଛାତ୍ର ମାନେ ପରିଚାଳନା କରି  ଏ ବିଷୟରେ ସୁଚିନ୍ତିତ ବକ୍ତବ୍ୟ ରଖି ଆଲୋଚନା କୁ ସଫଳ କରିବାରେ ସହାୟତା କରିଥିଲେ ।

2 Comments

COMMENT YOUR THOUGHT

Previous Post Next Post

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

Send Your News In Our WhatsApp OR Email .shreeshyamsandesh@gmail.com.....

Shorts From Shree Shyam sandesh News YouTube Channel

Shree Shyam Sandesh Web News
Welcome to Shree Shyam Sandesh Web News. Get Latest News Updates. हिंदी और उड़िया भाषा में भी उपलब्ध।
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

Follow Us

Attractive Image

Video News

VIDEO NEWS

News Label

ADVT.

Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
error: Content is protected !!