ରାଧାରାଣୀ ପଟ୍ଟନାୟକ ଲିଖିତ ପିଲାଙ୍କ ସପନ କବିତା ସଙ୍କଳନ ଉନ୍ମୋଚିତ
ବରଗଡ଼ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ବିଶିଷ୍ଟ ଲେଖିକା ରାଧାରାଣୀ ପଟ୍ଟନାୟକ ଙ୍କ ଲିଖିତ ପିଲାଙ୍କ ସପନ ସପ୍ତମ କବିତା ସଙ୍କଳନ ଉନ୍ମୋଚିତ ହୋଇ ଯାଇଛି ।ଯୁଗୋ ପଯୋଗି ସୁବର୍ଣ୍ଣ ଦୀପ ଓ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ସୂ ଦୀପ କୁମାର ରଥ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟକ ମନୋରଞ୍ଜନ ମେହେର ଯୋଗ ଦେଇ ଜୀବନ ରେ ପ୍ରତିଯୋଗୀ ହେବାର ସପନ ନ ଦେଖି ସହଯୋଗୀ ହେବାର ସ୍ବପ୍ନ ଦେଖି ତାକୁ ସାକାର କରି ପାରିଲେ ଜୀବନ ଧନ୍ୟ ହୁଏ ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣ ଦୀପ ପତ୍ରିକା ର ସଂପାଦକ ପ୍ରଦୀପ୍ତ ଭାନୁ ମହାନ୍ତି,ଶିଶୁ ସାହିତ୍ୟ ସଂସଦ ର ସଭାନେତ୍ରୀ ରେଣୁକା ଭୋଇ ସମ୍ପାଦିକା ଛାତ୍ରୀ ଅଶ୍ଳେଷା ମହାନନ୍ଦ ଶ୍ରୀମତି ପଟ୍ଟନାୟକ ଙ୍କ କବିତା ସଙ୍କଳନ ପୁସ୍ତକ ରୁ କବିତା ଆବୃତ୍ତି କରିଥିଲେ ।ଏହି ଅବସର ରେ ଭାରତୀ ଶିଶୁ ସାହିତ୍ୟ ସଂସଦ ତରଫରୁ ନିରବଚ୍ଛିନ୍ନ ସାରସ୍ଵତ ସାହିତ୍ୟ ସାଧନା ପାଇଁ ଲେଖିକା ରାଧାରାଣୀ ପଟ୍ଟନାୟକ ଙ୍କୁ କବି ଖଗେଶ୍ବର ସାହିତ୍ୟ ସ୍ମୃତି ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସାହିତ୍ୟ ସଂସଦ ର ଉପଦେଷ୍ଟା ଗୋପବନ୍ଧୁ ପୁରୋହିତ ସଂଯୋଜନା କରିଥିବା ବେଳେ ଛାତ୍ରୀ ଶାଲିନି ସା ଧନ୍ୟବାଦ୍ ଅର୍ପଣ କରିଥିଲେ ।