ଅସହାୟ ଯୁବତୀ ଙ୍କୁ ମୁଖାଗ୍ନି ଦେଇ ଶବ ସତ୍କାର କଲେ ସାମାଜିକ କର୍ମୀ ସଂଘମିତ୍ରା
ସୋହେଲା ଥାନା ଅନ୍ତର୍ଗତ ଅର୍ଜୁଣ୍ଡା ଗ୍ରାମ ର ୩୫ ବର୍ଷ ବୟସ ର ଝିଅ ମଲ୍ଲି ବରିହା ମୃତ୍ୟୁ ବରଣ କରିଥିବା ବେଳେ ତା ସାଥିରେ କେବଳ ତାର
ବୁଢ଼ୀ ମାଁ ବ୍ୟତୀତ ଆଉ କେହି ନ ଥିଲେ ।ଖେଦା ପାଲି ହସ୍ପିଟାଲ ରେ ଆମ୍ବୁଲାନ୍ସ ରେ କର୍ତ୍ତବ୍ୟ ରତ ଆଶିଷ ସତପଥି ସେହି ବୁଢ଼ୀ ମାଁ ପାଖରେ କେହି ନ ଥିବା ଏବଂ ମରି ଯାଇଥିବା ୩୫ ବର୍ଷିଆ ଝିଅ କୁ ଦେଖି ଅସହାୟ ହୋଇ ପଡ଼ିଥିବା ହୃଦ୍ ବୋଧ କରି ସାମାଜିକ କର୍ମୀ ସଂଘମିତ୍ରା ପଟେଲ ଙ୍କୁ ଉକ୍ତ ଯୁବତୀଙ୍କ ଶବ ସତ୍କାର ପାଇଁ ସହଯୋଗ କରିବା କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ତେବେ ଖବର ପାଇ ସଂଘମିତ୍ରା ପଟେଲ ,ଉମେଶ ପ୍ରଧାନ ଓ ଚନ୍ଦ୍ର ଶେଖର ଗହିର ପ୍ରମୁଖ ବୁଢ଼ୀ ମାଁ ପାଖରେ ପହଞ୍ଚି ବୁଢ଼ୀ ମାଁ କୁ ସହଯୋଗ ର ହାତ ବଢ଼ାଇ ତାଙ୍କ ସହମତି ରେ ଜୀରା ନଦୀ ଶ୍ମଶାନ କୁ ନେଇ ସଂଘମିତ୍ରା ନିଜେ ମୁଖାଗ୍ନୀ ଦେଇ ଉକ୍ତ ଝିଅ ର ଶବ ସତ୍କାର କରିଥିଲେ । ତେବେ ଶ୍ମଶାନ ରେ ପହଞ୍ଚିଲା ପରେ ଅନେକ ସହୃଦୟ ବ୍ୟକ୍ତି ଉପସ୍ଥିତ ରହି ଏହି ଅନ୍ତ୍ୟେଷ୍ଟି କ୍ରିୟା ରେ ସାମିଲ ହୋଇଥିଲେ । ପରେ ସାମାଜିକ କର୍ମୀ ସଂଘ ମିତ୍ରା ଓ ଅନ୍ୟ ସହଯୋଗୀ ଙ୍କ ଉଦ୍ୟମ ରେ ବୁଢ଼ୀ ମାଁ ଙ୍କୁ ନିଜ ଗ୍ରାମ ରେ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।
ପୁରୁଷ ପ୍ରାଧାନ୍ୟ ଏହି ସମାଜ ରେ ସାମାଜିକ କର୍ମୀ ସଂଘମିତ୍ରା ପଟେଲ ନାରୀ ଟିଏ ହୋଇ ମଧ୍ୟ ଏଭଳି ମହତ୍ କାର୍ଯ୍ୟ ପାଇଁ ଆଗେଇ ଆସି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟିଥିବା ବେଳେ ଯାହାର କେହି ନାହିଁ ତା ପାଇଁ ସଂଘମିତ୍ରା ନାନୀ ବୋଲି ଜନ ସାଧାରଣ ରେ ଚର୍ଚ୍ଚା ହେଉଛି ।