ପଶ୍ଚିମ ଓଡ଼ିଶା ସ୍ତରୀୟ ବିଜେପିର ସାଙ୍ଗଠନିକ ବୈଠକ।
shreeshyamsandeshnews |
ବରଗଡ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅରୂପା ନନ୍ଦ ସାହୁଙ୍କ ସଭାପତିତ୍ବରେ ପଶ୍ଚିମ ଓଡ଼ିଶା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପଶ୍ଚିମ ଓଡିଶାର 11 ଟି ସାଙ୍ଗଠନିକ ଜିଲ୍ଲାର ପ୍ରତିନିଧି ମାନେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ମାନନୀୟା ବିଧାୟିକା ଛତିଶଗଡ ତଥା ସହ ପ୍ରଭାରୀ ବିଜେପି ଓଡ଼ିଶା ପ୍ରଦେଶ ସୁଶ୍ରୀ ଲତା ଉସେଣ୍ଡି ଯୋଗଦେଇ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହିତ ଓଡିଶାରେ ବିଜେପି ସରକାର ଗଠନ ହୋଇଥିବାରୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଆହୁରି ଅଧିକ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ମନ୍ କୀ ବାତ୍, ହର ଘର ତ୍ରିରଙ୍ଗା, ସ୍ୱଚ୍ଛ ଭାରତ ଅଭିଯାନ, ବିଭାଜନ ବିଭୀଷିକା, ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଗୁଡିକୁ ସଫଳ ରୁପେ କିପରି ଅୟୋଜନ କରାଯିବା ସେ ବିଷୟରେ ଆଜି ର ବୈଠକରେ ବିସ୍ତୃତ ରୁପେ ଆଲୋଚନା ହୋଇଥିଲା। ଆଜିର ବୈଠକରେ ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଲ ଖଟେଇ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ, ସୁନ୍ଦରଗଡ଼ ର ପୁର୍ବତନ ବିଧାୟିକା କୁସୁମ ଟେଟେ, ଦେବେନ୍ଦ୍ର ମହାପାତ୍ର, ଗୋବର୍ଦ୍ଧନ ଭୁଏ,ଦିବ୍ୟଜ୍ୟୋତି ମୁଣ୍ଡ ତଥା ପଶ୍ଚିମ ଓଡ଼ିଶାର 11 ଟି ଜିଲ୍ଲାର ସଭାପତି ମାନେ ଯୋଗଦେଇଥିଲେ। ଆଜିର କାର୍ଯ୍ୟକ୍ରମ କୁ ବରଗଡ ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶ ପରିଚାଳନା କରିଥିଲେ ତଥା ଜିଲ୍ଲା ଉପସଭାପତି ପ୍ରବୀଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।