BARGARH News ରାମକୃଷ୍ଣ ମେହେର ସନ୍ଥ କବୀର ପୁରସ୍କାରରେ ସମ୍ମାନିତ
ବରଗଡ଼ ଜାତୀୟ ହ୍ୟାଣ୍ଡଲୁମ ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ଭବ୍ୟ ସମାରୋହରେ ମାନ୍ୟବର ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ଠାରୁ ବରଗଡ଼ର ବାନ୍ଧ ଶିଳ୍ପୀ ରାମକୃଷ୍ଣ ମେହେର ମୂଳ ନିବାସୀ ସୋନପୁର ସନ୍ଥ କବୀର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।
ରାମକୃଷ୍ଣ ଏହା ପୂର୍ବରୁ ୨୦୧୪ ରେ ରାଜ୍ୟସ୍ତରୀୟ ପୁରସ୍କାର,୨୦୧୫ ରେ ଜାତୀୟସ୍ତରରେ ପୁରସ୍କୃତ, ୨୦୧୬ ରେ ରାଷ୍ଟ୍ରୀୟ ଗୈାରବ ଏୱାର୍ଡରେ ସମ୍ମାନୀତ, ୨୦୧୮ ରେ ଏୱାର୍ଡ କ୍ରାପ୍ଟ କାଉନସିଲ ଏୱାର୍ଡ ସମେତ ଅନେକ ସ୍ଥାନରେ ପୁରସ୍କୃତ ସହ ସମ୍ମାନୀତ ହୋଇଛନ୍ତି । ଏହି ସମ୍ମାନ ଓଡ଼ିଶାର ପାରମ୍ପାରିକ ହସ୍ତତନ୍ତ ଶିଳ୍ପକୁ ଲୋକପ୍ରିୟତା କରିବା ସହ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତକୁ ଆଗକୁ ଆଗେଇ ନେବ ବୋଲି ବୁଦ୍ଧିଜୀବୀ ମାନଙ୍କ ଠାରୁ ପ୍ରକାଶ। ଏଅବସରରେ ରାମକୃଷ୍ଣ ମେହେରଙ୍କ ପୁରସ୍କୃତ ଖବର ପ୍ରସାରିତ ହେବାପରେ ସାରା ବରଗଡ଼ ଜିଲ୍ଲା ସମେତ ସୋନପୁର ଜିଲ୍ଲାରେ ଉତ୍ସାହର ବାତାବରଣ ଖେଳିଯାଇଛି।
Tags
BARGARH NEWS