** ଜର୍ଜ ଉଚ୍ଚ ବିଦ୍ୟାଳୟରେ ମଣିଷ ସମାଜର ପ୍ରଗତି ଏବଂ ରେଲୱେ ର ଅବଦାନ ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ **
~~~~~~~~~~~~~~~~~~
ବରଗଡ଼ ଅଦ୍ଯ ତା ୦୯.୦୮.୨୦୨୪ ଶୁକ୍ରବାର ଦିନ ଅପରାହ୍ନ ୩ଟା ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶଙ୍କ ସଭାପତିତ୍ବରେ ଜର୍ଜ ଉଚ୍ଚ ବିଦ୍ୟାଳୟରେ ମଣିଷ ସମାଜର ପ୍ରଗତି ଏବଂ ରେଲୱେ ର ଅବଦାନ ବିଷୟକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ ବରଗଡ଼ ରେଲ ଉପଭୋକ୍ତା ସଂଘ ର କାର୍ଯ୍ୟକାରୀ ସଭାପତି ତଥା ସଦସ୍ୟ ପୁରାତନ ଛାତ୍ର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡା, ରେଲ ଉପଭୋକ୍ତା ସଂଘ ସଦସ୍ୟ ତଥା ପୁରାତନ ଛାତ୍ର ଶ୍ରୀଯୁକ୍ତ ତୁଲସୀ ଚରଣ ଦାଶ ମଞ୍ଚାସିନ ରହି ପିଲାମାନଙ୍କୁ ରେଲୱେ ର ଇତିହାସ, ରେଲୱେ ଗମନାଗମନ ବ୍ୟବସ୍ଥାର ସହଜ ଏବଂ ସରଳ ମାଧ୍ୟମ, ରେଲୱେର ନୀତି ନିୟମ, ରିଜରଭେସନ୍ ବ୍ୟବସ୍ଥା ତଥା ବରଗଡ଼ ଜିଲ୍ଲା ରେଲ ଉପଭୋକ୍ତା ସଂଘ ଗଠନ ଇତ୍ୟାଦି ବିଷୟରେ ଛାତ୍ରମାନଙ୍କ ସହିତ ମତ ବିନିମୟ କରି ଆଲୋଚନା କରିଥିଲେ ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶ ମଧ୍ୟ ରେଲୱେ ର ବ୍ୟବହାର ଓ ମହତ୍ୱ ବିଷୟରେ ଛାତ୍ରମାନଙ୍କ ସହିତ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ବିଦ୍ୟାଳୟର ପୁରାତନ ଛାତ୍ର ସର୍ବଶ୍ରୀ ଦିବ୍ୟ କିଶୋର ଦେବତା,ବିମଳ କୃଷ୍ଣ ମିଶ୍ର, ମନୋରଞ୍ଜନ ପୂଜାରୀ, ଅନିଳ ଅଗ୍ରୱାଲ, ସତ୍ୟଜିତ ଦାଶ, ନବ କିଶୋର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନା କୁ ସଫଳ କରିବା ରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଛାତ୍ର ମାନେ ପରିଚାଳନା କରି ଏ ବିଷୟରେ ସୁଚିନ୍ତିତ ବକ୍ତବ୍ୟ ରଖି ଆଲୋଚନା କୁ ସଫଳ କରିବାରେ ସହାୟତା କରିଥିଲେ ।
Tags
BARGARH NEWS
Nice Coverage
ReplyDeleteNice Coverage
ReplyDelete