ବରଗଡ଼ରେ ତ୍ରୀଦିବସୀୟ ପଦ୍ମଶ୍ରୀ
ହଲଧର ଜନ୍ମୋତ୍ସବ ଉଦ୍ଘାଟିତ :
ହଳଧର ସାହିତ୍ୟ ଅସ୍ମିତାର ଆବାହନ ଅଟେ ।
ବରଗଡ, ୩୧/୦୩ : ପଦ୍ମଶ୍ରୀ ଲୋକକବିରତ୍ନ ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ତ୍ରିଦିବସୀୟ
ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ(ଓସାକା) ହାଇଦ୍ରାବାଦ ଆୟୋଜନରେ ଏବଂ କୋଶଳ ଛାତ୍ର ସଂଗଠନ ଓ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ
ସହଯୋଗରେ ଅନ୍ନପୂର୍ଣ୍ଣା ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଗଡ, ସମ୍ବଲପୁର, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ସମେତ କୋଶଲାଞ୍ଚଳ
ର ବିଭିନ୍ନ ପ୍ରାନ୍ତରୁ କବି, ସାହିତ୍ୟିକ, ଲେଖକ ମାନେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ କବି ହଳଧର ନାଗଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଛା ଜ୍ଞାପନ କରାଯାଇଥିଲା । ଏହାପରେ କବି ନାଗଙ୍କ ଗରିମାମୟ ଉପସ୍ଥିତିରେ ଏବଂ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ପଦ୍ମନାଭ ପଧାନଙ୍କ ପରିଚାଳନାରେ
ଅନୁଷ୍ଠିତ ଉଦ୍ଘାଟନୀ ସମାବେଶରେ ଡ.ଦ୍ବାରିକାନାଥ ନାୟକ, ଉତ୍ପନ୍ନ ଭୋଇ, ସୁଶାନ୍ତ ମିଶ୍ର ଓ ଅଶୋକ ପୁଜାହାରୀ ଯୋଗଦାନ କରିଥିଲେ । ହଳଧର ସାହିତ୍ୟ ଆର୍ ଜୀବନୀ କୋଶଲାଞ୍ଚଲର ଭାଷା, ସାହିତ୍ୟ ସାଙ୍ଗେ ଆମର ମାଟିର ଅସ୍ମିତା ଲାଗି ଉଲଗୁଲାନ ଶୀର୍ଷକରେ ଆଲୋଚନା କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ ଗୋରେଖନାଥ ସାହୁ, ଡ.ସୁବାସ ମେହେର, ଡ.ଲୋହିତକ୍ଷ ଯୋଶୀ, ଲାଲଚନ୍ଦ ବଗର୍ତ୍ତି ଓ ଶିବପ୍ରସାଦ ସା ଯୋଗଦାନ କରି ସମ୍ବଲପୁରୀ କୋଶଲି ଭାଷାରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନ ଆବଶ୍ୟକତା ଶୀର୍ଷକରେ ଆଲୋଚନା କରିଥିଲେ । ସେହିପରି ହଳଧରଙ୍କ ସ୍ୱାଭିମାନକୁ ଅନୁକରଣ କରିବା ସହିତ ସାଂଗଠନିକ ଆବଶ୍ୟକତା ସଂକ୍ରାନ୍ତରେ ଅନୁଷ୍ଠିତ ତୃତୀୟ ଅଧିବେଶନରେ ଅଧ୍ୟାପକ ସୁଶାନ୍ତ ମିଶ୍ର, ଅଶୋକ କୁମାର ପୁଜାହାରୀ ଓ ରାଜମଣି ସାହୁ ଯୋଗଦାନ କରିଥିଲେ । ଅଧ୍ୟାପକ ମୋହନ ସାହୁ, ଡ. ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ସଂଯୋଜକ ପ୍ରଶାନ୍ତ ମାଝୀ ଓ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଆଲୋଚନା ଚକ୍ରକୁ ସଞ୍ଚାଳନ କରିଥିଲେ । ଅପରାହ୍ନ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ହରିଲାଲ ସାହୁ ମଞ୍ଚାସୀନ ଥିଲେ । ବହୁ ସଂଖ୍ୟାରେ କବିମାନେ କବିତା ପାଠ କରିଥିଲେ । ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ଟାଉନ ହଲରେ ଅନୁଷ୍ଠିତ ହଳଧର ସାଂସ୍କୃତିକ ସନ୍ଧ୍ୟାରେ ବିଭିନ୍ନ ଲୋକନୃତ୍ୟ, ଲୋକଗୀତ ସମେତ
ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପଦ୍ମନାଭ ପଧାନ, ପ୍ରଶାନ୍ତ ମାଝୀ, ସୁନିଲ ପୁରୋହିତ, ପାଣ୍ଡବ କର୍ଣ୍ଣ, ଅଜିତ ପତି, ଦୀପକ ଦାଶ, ଆକାଶ ପଣ୍ଡା, ଦୀପକ ରଥ ପ୍ରମୁଖ ପରିଚାଳନା କରିଥିଲେ ।
Tags
BARGARH NEWS