ଗାନ୍ଧୀ ସ୍ମୃତି ପାଠାଗାର ର ନୂତନ କର୍ମକର୍ତ୍ତା ନିର୍ବାଚନ । ଅରୁଣ ମହାନ୍ତି ସଭାପତି , ରବି ପଣ୍ଡା ସମ୍ପାଦକ ।
*************************************
ବରଗଡ଼ : ୩୧/୦୪- ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାର ର ନୂତନ କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଅଛି। ପାଠାଗାର ର ସମ୍ପାଦକ ପ୍ରଦୀପ କୁମାର ହୋତା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଆଜିର ସଭାରେ ପ୍ରଥମେ ସମ୍ପାଦକ ଶ୍ରୀ ହୋତା ଆୟ ବ୍ୟୟ ବିବରଣୀ ପ୍ରଦାନ କରିବା ପରେ ନୂତନ କର୍ମକର୍ତ୍ତା ମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବୈଠକ ରେ ସର୍ବସମ୍ମତି କ୍ରମେ ଅରୁଣ କୁମାର ମହାନ୍ତି ସଭାପତି ମନୋନୀତ ହୋଇଥିବା ବେଳେ ରବି ପଣ୍ଡା ସମ୍ପାଦକ, ବରିଷ୍ଠ ସଦସ୍ୟ ମନୋରଞ୍ଜନ ସାହୁ ଉପ ସଭାପତି, ଅନୁପ କୁମାର ଦର୍ଜୀ ଯୁଗ୍ମ ସମ୍ପାଦକ, ହୃଷୀକେଶ ଦାଶ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ । ବୈଠକ ରେ ଆଗାମୀ ଦିନ ରେ ପାଠାଗାର ର ସମସ୍ତ କାର୍ଯ୍ୟକ୍ରମ ସମସ୍ତେ ମିଳିମିଶି କରିବାକୁ ନବ ନିର୍ବାଚିତ ସଭାପତି ଶ୍ରୀ ମହାନ୍ତି ଉପସ୍ଥିତ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ । ଆଜିର ବୈଠକ ରେ ସମ୍ପାଦକ ଶ୍ରୀ ହୋତା ଙ୍କ ସମେତ ଅରୁଣ କୁମାର ମହାନ୍ତି, ମନୋରଞ୍ଜନ ସାହୁ, ସନ୍ତୋଷ ପଣ୍ଡା, ପତିତପାବନ ସାହୁ , ଜୟ ପ୍ରକାଶ ଶତପଥୀ, ବିକ୍ରମାଦିତ୍ୟ ପଣ୍ଡା,
ରବି ପଣ୍ଡା, ଗୌରୀ ଶଙ୍କର ପଣ୍ଡା, ରବି ନାରାୟଣ ସାହୁ, ଅମୀୟ ଭୂଷଣ ସାହୁ, ଅନୁପ କୁମାର ଦର୍ଜି,ଡୋଲାମଣି ଶତପଥୀ, ହୃଷୀକେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
Tags
BARGARH NEWS