ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ଇଦ ମୁବାରଖ ଓ ବାର ସଭାପତି ଭୀଷ୍ମଦେବ ସରାଫଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଗଲା
ବରଗଡ : ବରଗଡ଼ ଜିଲ୍ଲା ଓକିଲ ସଂଘ ର ସଭାପତି ଭାବେ ନିର୍ବାଚିତ ହୋଇ ଥିବା ଭୀଷ୍ମଦେବ ସରାଫ ଙ୍କୁ ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇବା ସହ ପବିତ୍ର ଇଦ -ଉଲ-ଫିତର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛି। ସେହିପରି ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଶ୍ରୀ ସରାଫଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା, ବରଗଡ ର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ରେ ସକାରାତ୍ମକ ଭୂମିକା ନିର୍ବାହ କରିବା ସହ ବରଗଡବାସୀ ଙ୍କ ଅଧିକାର ପାଇଁ ଲଢେଇ ଜାରି ରହିବ ବୋଲି ଶ୍ରୀ ସରାଫ କହିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଭବାନୀ ସାହୁ, ଶିବାନନ୍ଦ ମଟାରୀ, ସମୀର ପ୍ରଧାନ, ରାଜେନ୍ଦ୍ର ସିକନ୍ଦର, ଜୀବନ ଲାଲ ଚୌଧୁରୀ, ନିଖିଳ ପାଣିଗ୍ରାହୀ,ଚିତ୍ତରଞ୍ଜନ ମେହେର,ସଂଘମିତ୍ରା ପଟେଲ, ଅନିରୁଦ୍ଧ ନାଏକ, ନିରଞ୍ଜନ ବାରିକ, ବିଘ୍ନେଶ୍ୱର ମିଶ୍ର, ସୁଦାମ ସାହୁ, ସୁରଥ ସାହୁ, ସାରଥୀ ମେହେର, ଜିଭି ରାଓ, ଗଙ୍ଗା ପୂଝାରୀ, ପୃଥିବୀରାଜ ଭୋଇ, ଅଲିମ ରିଜବି, ଲତିଫ ଖାନ, ଗୋବିନ୍ଦ ଶର୍ମା, ନିତ୍ୟାନନ୍ଦ ବାଗ, ସଚ୍ଚି ପଣ୍ଡା, ଅରକ୍ଷିତ ଭୋଇ, ଶୟନ ପଣ୍ଡା, ଶ୍ରବଣ ଶର୍ମା, ଅବଦୁଲ ଫିରୋଜ, ସରୋଜ ନାଏକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Tags
BARGARH NEWS