ଜନ୍ମ ମାଟି ଖଣ୍ଡହଥା ରେ ଶହୀଦ ରଞ୍ଜନ ଦାଶ ଙ୍କ ନବମ ବାର୍ଷିକୀ ପାଳନ .......
ତା-୩୦-୦୩-୨୦୨୫ରିଖ (ରବିବାର)
ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ର ଜୟ ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ ଠାରେ ଶହୀଦ ରଞ୍ଜନ ଦାଶ ଙ୍କ ନବମ ଶହୀଦ ବାର୍ଷିକୀ ପାଳନ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ଗଗନ ବିହାରୀ ଜେନା ସି ଆର ପି ଏଫ୍ ଇନ୍ସପେକ୍ଟର ଜୀ ସି
ଯୋଗ ଦେଇ ଥିଲେ। ସର୍ବପ୍ରଥମେ ଅତିଥି ମାନେ ଓ ସ୍କୁଲ ଛାତ୍ର ଛାତ୍ରୀ ମାନେ ଶହୀଦ ରଞ୍ଜନ ଦାଶ ଙ୍କ ସ୍ମୃତି ପୀଠ ରେ ଶହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ତରଫ ରୁ ସଭାପତି ମୋହନ ସାହୁ ଙ୍କ ସଭାପତିତ୍ବ ରେ ଏକ ସ୍ମୃତି ସଭା ର ଆୟୋଜନ ହୋଇଥିଲା। ଏହି ସଭା କୁ ଶିକ୍ଷକ ନାରାୟଣ ନାଗ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଗଗନ ବିହାରୀ ଜେନା , ସମ୍ବାନିତ ଅତିଥି ଭାବରେ ଶହୀଦ ରଞ୍ଜନ ଦାଶ ଙ୍କ ମାଁ କୁମୋଦୀନି ଦାଶ ,ବଡ଼ ଭାଇ ଉତ୍ତମ ଦାଶ,ମଦନ ମୋହନ ଦାଶ,ନିଷ୍ଠା ପରିବାର ର ଉପଦେଷ୍ଟା ଦୁର୍ବାଦଲ ଷଡଙ୍ଗୀ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଶହୀଦ ଙ୍କ ଉଦ୍ଦେଶ୍ୟ ରେ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ଓ ସଂକଳ୍ପ ପରିବାର ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।
#ଶହୀଦ_ରଞ୍ଜନ_ଦାଶ_ସ୍ମୃତୀ_କମିଟି