ନିଗମାନନ୍ଦ ବିହାର ରେ ହିନ୍ଦୁ ନବବର୍ଷ ପାଳନ ଅବସର ରେ ନାମଯଜ୍ଞ ର ଶୁଭାରମ୍ଭ
ବରଗଡ଼ ନିଗମାନନ୍ଦ ବିହାର ଠାରେ ରବିବାର ଚୈତ୍ର ଶୁକ୍ଲ ପ୍ରତିପଦା ତିଥି ଓ ଭାରତୀୟ ନବ ବର୍ଷ ଉପଲକ୍ଷେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ର ଶୁଭାରମ୍ଭ ହୋଇ ଯାଇଛି ।ପଣ୍ଡିତ ଉତ୍ତମ ଆଚାର୍ଯ୍ୟ ଙ୍କ ପୌରୋହିତ୍ୟ ରେ କୁଞ୍ଜ
ବିହାରି ଭୋଇ ସପତ୍ନିକ କର୍ତ୍ତା ଦାୟିତ୍ବ ବହନ କରି ପୂଜାର୍ଚ୍ଚନା କରିଛନ୍ତି ।ଏହି ଅବସର ରେ ନିଗମାନନ୍ଦ ବିହାର ପଡ଼ା ର ଶତାଧିକ ମହିଳା କଳସ ଯାତ୍ରା ରେ ସାମିଲ ହୋଇ ଜୀରା ନଦୀ ରେ କଳସ ପୂଜନ କରିବା ସହ ଏକ ଶୋଭାଯାତ୍ରା ରେ ବାହାରି ଯଜ୍ଞ ମଣ୍ଡପ ରେ କଳସ ସ୍ଥାପନ କରିଛନ୍ତି
ପଡ଼ା ବାସୀ ଙ୍କ ମିଳିତ ଉଦ୍ୟମ ରେ ରବିବାର ପବିତ୍ର ଚୈତ୍ର ଶୁକ୍ଲ ପ୍ରତିପଦା ରେ ଏହି ନାମ ଯଜ୍ଞ ଆରମ୍ଭ ହୋଇ ଆସନ୍ତା କାଲି ୩୧ ତାରିଖ ଏହା ପୂର୍ଣ୍ଣାହୁତି ହେବ ବୋଲି ସ୍ଥାନୀୟ ସଙ୍କୀର୍ତ୍ତନ ପରିଷଦ ର ସଭାପତି ବାଙ୍କା ବିହାରି ସାହୁ ସୂଚନା ପ୍ରଦାନ କରିଛନ୍ତି ।