*ବୃଦ୍ଧ ବୃଦ୍ଧା ଙ୍କୁ ଶ୍ରୀକ୍ଷେତ୍ର ଦର୍ଶନ କରାଇଲେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ*
ବରଗଡ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ବରଗଡ଼ ଶାଖା ପକ୍ଷରୁ ବୟସ୍କ ଲୋକଙ୍କ ପାଇଁ ମାଗଣା ଶ୍ରୀକ୍ଷେତ୍ର ଦର୍ଶନ ସେବାର ଆୟୋଜନ କରାଯାଇଥିଲା ।ଏହି ତୀର୍ଥଯାତ୍ରା କାର୍ଯ୍ୟକ୍ରମ କୁ ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ ନଡ଼ିଆ ଫଟେଇ ଶୁଭ ଉଦଘାଟନ କରିଥିଲେ । ବସ ଯୋଗେ ବରଗଡ଼ ଜିଲ୍ଲାର ସରସରା, ଖୁଣ୍ଟପାଲି, ଆମ୍ବାପାଲି, ପଥର୍ଲା,କଟାପାଲି ସମେତ ଆଖପାଖ ଗ୍ରାମାଞ୍ଚଳ ରୁ ୬୪ ଜଣ ବୃଦ୍ଧ ବୃଦ୍ଧା ଙ୍କୁ ପୁରୀ ଶ୍ରୀମନ୍ଦିର , ମହୋଦଧି ସ୍ନାନ, ମହାପ୍ରସାଦ ଅଭଢା ସେବନ ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ଦର୍ଶନ କରାଯିବ ବୋଲି କହିଛନ୍ତି ଆୟୋଜକ ଅଞ୍ଜୁ ମିତ୍ତଲ । ବୃଦ୍ଧ ବୃଦ୍ଧା ଙ୍କୁ ତୀର୍ଥଯାତ୍ରା ବେଳେ ସମସ୍ତଙ୍କ ର ଭୋଜନ ବ୍ୟବସ୍ଥା କରାଯାଇଥିବା ବେଳେ କମ୍ବଳ ସମେତ ଅନ୍ୟ ଆବଶ୍ୟକ ସାମଗ୍ରୀ ମହିଳା ସମ୍ମେଳନ ପକ୍ଷରୁ ବଣ୍ଟନ କରାଯାଇଥିଲା ।ଏଇ ଅବସର ରେ ସରସରା ସରପଞ୍ଚ ସୁନୀତା ଭୋଇ,ରଞ୍ଜିତ ବଗର୍ତ୍ତି ଙ୍କୁ ମୃତ୍ୟୁ ପରେ ଦେହଦାନ କରିବା ସଂକଳ୍ପ ଲାଗି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ସେହିପରି ଉର୍ଦ୍ଧୁନା ର ଯଶୋବନ୍ତୀ ମହାପାତ୍ର ଓ ଅତାବିରା ପଲସାପାଲି ର ଜୟା କୁମାରୀ ବାଦୀ ଙ୍କ ମୃତ୍ୟୁ ଉପରାନ୍ତେ ଦେହ ଦାନ କରିଥିବାରୁ ତାଙ୍କ ପରିବାର ବର୍ଗଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଭଳି ଏକ ଅଭିନବ ପ୍ରୟାସ ପାଇଁ ସହରବାସୀ ଙ୍କ ପକ୍ଷରୁ ଆୟୋଜକମାନଙ୍କୁ ବେଶ୍ ପ୍ରଶଂସା କରାଯାଇଛି ।ତୀର୍ଥ ଯାତ୍ରୀ ଙ୍କ ଶ୍ରୀକ୍ଷେତ୍ର ଦର୍ଶନ ଶୁଭାରମ୍ଭ କାର୍ଯ୍ୟକ୍ରମ ବେଳେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ବରଗଡ଼ ଶାଖା ର ସଭାନେତ୍ରୀ ପ୍ରେମା ଅଗ୍ରୱାଲ ଙ୍କ ସମେତ ଗାୟତ୍ରୀ ଲାଠ,ରେଖା ଅଗ୍ରୱାଲ,କିରଣ ଅଗ୍ରୱାଲ, ବିମଲା ରେଖାନୀ,ଉର୍ମିଳା ଅଗ୍ରୱାଲ,ନିଲମ ଅଗ୍ରୱାଲ, ସନ୍ଧ୍ୟା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।