*ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଏବଂ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ*
ବରଗଡ, ତା: ୫/୯: ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଏବଂ ପ୍ରସ୍ତୁତି ସଂପର୍କରେ ଆଜି ଅପରାହ୍ନ ଘ. ୦୩. ଘଟିକା ୩୦ ମିନିଟ ସମୟରେ ନିଜ କର୍ଜୟାଳୟ ସ୍ଥିତ ଅଶ୍ଵାନ ହଲ ଠାରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ ସିଂ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରଣୀ ନେପକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା, ଡିଏସପି ଶ୍ରୀ ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଗୋୟଲ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ପାଇଁ ଜିଲ୍ଲା ସ୍ତରର ପ୍ରସ୍ତୁତି ବିଷୟରେ କହିବା ସହ ଯୋଜନା ସଂପର୍କରେ ବିସ୍ତୃତ ସୂଚନା ଦେଇ କହିଥିଲେ
ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ମଜବୁତ କରିବା ସହିତ ସେମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ ହୋଇଥିବା “ସୁଭଦ୍ରା” ଯୋଜନାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ସମଗ୍ର ବରଗଡ଼ ଜିଲ୍ଲାରେ ପୁର୍ବ ପ୍ରସ୍ତୁତି ଆରମ୍ଭ ହୋଇସାରିଛି I
• ଏହି ଯୋଜନାରେ ସାମିଲ ହେବାପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ ବା ତଦୁର୍ଦ୍ଧ୍ଵ ଏବଂ ୬୦ ବର୍ଷରୁ କମ ହେବ ଆବଶ୍ୟକ ।
• ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ବର୍ଷରେ ୧୦ ହଜାର କରି ୫ ବର୍ଷରେ ୫୦,୦୦୦ ଟଙ୍କାର ସହାୟତା ରାଶି ପାଇବେ । ପ୍ରତି ବର୍ଷ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ହିତାଧିକାରୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯିବ ।
• “ସୁଭଦ୍ରା” ଯୋଜନାର ମୁଦ୍ରିତ ଆବେଦନ ଫର୍ମ ଆମ ବରଗଡ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ୍, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଗୁଡିକରେ ମାଗଣାରେ ବିତରଣ କରାଯାଉଛି । ଏବଂ ଅଙ୍ଗନବାଡି କର୍ମୀ ଏହି ଯୋଜନା ବିଷୟରେ ସମସ୍ତଙ୍କୁ ସଚେତନ କରୁଛନ୍ତି ।
• ବରଗଡ ଜିଲ୍ଲାର ସମୁଦାୟ ୩୮୩୭୩୭ ପରିବାର ରହିଥିବା ବେଳେ ୭୧୫୫୦ ଫର୍ମ ମୁଦ୍ରଣ କରିବା ପାଇଁ ନିର୍ଧାରଣ କରାଯାଇ ବର୍ତ୍ତମାନ ସୁଦ୍ଧା ୬୮୭୪୯୮ ଗୋଟି ଫର୍ମ ପ୍ରିଣ୍ଟ କରାଯାଇ ୫୦୮୮୬୬ ଗୋଟି ମୁଦ୍ରିତ ଆବେଦନ ଫର୍ମ ବଣ୍ଟନ କରାଯାଇଛି ।
• ଯୋଜନାର ସଫଳ ରୂପାଯନ ପାଇଁ
ସମୁଦାୟ ୨୯୨୯ ଅଙ୍ଗନବାଡି କେନ୍ଦ୍ର,୩୭୧ ଗୋଟି ମୋ ସେବା କେନ୍ଦ୍ର, ୧୦୫୧ ଗୋଟି ଜନ ସେବା କେନ୍ଦ୍ରର ବ୍ୟବସ୍ତା ହୋଇଛି ଏବଂ ମୋ ୨୮୯୯ ଅଙ୍ଗନବାଡି କର୍ମୀଙ୍କ ସମେତ ୧୦୭ ଜଣ ସୁପରଭାଇଜର ନିଯୋଜିତ ଅଛନ୍ତି ।
• ଲୋକଙ୍କ ସୁବିଧା ପାଇଁ ପ୍ରତି ବ୍ଲକ କାର୍ଯ୍ୟାଳୟ ଓ DSWO କାର୍ଯ୍ୟାଳୟର ସୁଭଦ୍ରା help desk ଖୋଲା ଯାଇଅଛି ।
• ଯୋଗ୍ୟ ହିତାଧିକାରୀମାନେ ନିକଟସ୍ତ ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଗୁଡିକରେ ମାଗଣାରେ ଫର୍ମ ଦାଖଲ କରି ସେଠାରେ ଡିଜିଟାଇଜେସନ ପରେ ନିଜ ଫର୍ମ ଦାଖଲର ପ୍ରମାଣ ସ୍ୱୀକୃତିର (Acknowledgement Receipt) ସଂଗ୍ରହ କରି ପାରିବେ ।
• ଏଥି ନିମନ୍ତେ e-KYC ର ବ୍ୟବସ୍ଥା ଅଛି (OTP based, Fingerprint/Bio-metric, Iris, Face Authentication) I ଇତି ମଧ୍ୟରୁ କୌଣସି ଏକ e-KYC ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନେ ଆବେଦନ କରିପାରିବେ I ଏହି ସମୟରେ ହିତାଧିକାରୀମାନେ ନିଜେ ଉପସ୍ଥିତ ରହିବାକୁ ପଡିବ , ହିତାଧିକାରୀଙ୍କ ଅନୁପସ୍ଥିତିରେ କୌଣସି ପ୍ରାମାଣିକିକରଣ କରାଯିବ ନାହିଁ I
AD
AD
![]() |
AD : Contact For Advt : 8249070178 |
• ଆବେଦନକାରୀଙ୍କୁ କୌଣସି ସ୍ତରରେ ଏଥି ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ।
• ନିଷ୍କ୍ରିୟ ଥିବା ଆଧାର କାର୍ଡ ଗୁଡିକରେ ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ଆମ ଜିଲ୍ଲାରେ ସମସ୍ତ ବ୍ଲକ ଏବଂ ULB ସ୍ତରରେ ଆଧାର କେନ୍ଦ୍ର ଚିହ୍ନଟ କରାଯାଇଛି ଏବଂ ବିଡିଓ ମାନଙ୍କ ତତ୍ୱାବଧାନରେ ପ୍ରତି ପଞ୍ଚାୟତ ସ୍ତରରେ ଆଧାର କ୍ୟାମ୍ପ ଆୟୋଜନ କରାଯିବ । ସମସ୍ତ ମହିଳା ନିଜ ପଞ୍ଚାୟତରେ ଆୟୋଜିତ ହେଉଥିବା ଆଧାର କ୍ୟାମ୍ପରେ ଯୋଗ ଦେଇ ନିଜ ଆଧାର କାର୍ଡ ଠିକ କରିପାରିବେ ।
• ଆଧାର କାର୍ଡର କୌଣସି ତଥ୍ୟ ପରିବର୍ତ୍ତନ ନିମନ୍ତେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ Biometric updation ପାଇଁ ୧୦୦/- ଟଙ୍କା ଓ demographic updation ପାଇଁ ୫୦/- ଟଙ୍କା ଧାର୍ଯ୍ୟ କରାଯାଇଛି I ଏହା ବ୍ୟତୀତ ଅନ୍ୟ କୌଣସି ସ୍ତରରେ ଦେୟ ପ୍ରଦାନ କରାଯିବ ନାହିଁ I
• ସୁଭଦ୍ରା ଯୋଜନା ଅନ୍ତର୍ଗତ ଆବେଦନ କରିବା ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ I ଏହା ଏକ ନିରନ୍ତର ପ୍ରକ୍ରିୟା I
• ଆପଣଙ୍କ ମାଧ୍ୟମରେ ମୁଁ ଆମ ଜିଲ୍ଲାର ସମସ୍ତ ମହିଳାଙ୍କୁ ଅନୁରୋଧ କରୁଛି ଅଧିକ ମାତ୍ରାରେ ଆବେଦନ କରି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୁଅନ୍ତୁ ।
• ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ କିମ୍ବା ନିଜର କୌଣସି doubt ଥିଲେ ହେଲ୍ପଲାଇନ ନମ୍ବର-୧୪୬୭୮ ଏବଂ ଯୋଜୋନର ସରକାରୀ ୱେବ ପର୍ଟାଲ subhadra.odisha.gov.in ଭିଜିଟ କରନ୍ତୁ କିମ୍ବା ବ୍ଲକରେ ଥିବା ସୁଭଦ୍ରା help deskର ସାହାଯ୍ୟ ନିଅନ୍ତୁ ।