Shree Shyam Sandesh News

Translate

ବରଗଡ ଠାରେ ସଂଗ୍ରାହକ ସତ୍ୟକେତନ ମହାନ୍ତି ଙ୍କ ଦି ୱଣ୍ଡର ମିନେରାଲସ ନାମକ ଖଣିଜ ରତ୍ନ ପ୍ରଦର୍ଶନୀ।

ବରଗଡ ଠାରେ ସଂଗ୍ରାହକ ସତ୍ୟକେତନ ମହାନ୍ତି ଙ୍କ ଦି ୱଣ୍ଡର ମିନେରାଲସ ନାମକ ଖଣିଜ ରତ୍ନ ପ୍ରଦର୍ଶନୀ।
*************************************
ବରଗଡ : ଆଜି ବରଗଡ କଲ୍ୟାଣ ମଣ୍ଡପ ଠାରେ ସଂଗ୍ରାହକ ଡ. ସତ୍ୟକେତନ ମହାନ୍ତି ଙ୍କ ଦ୍ବାରା  "The Wonder Minerals"  ନାମକ ଏକ ଖଣିଜ ରତ୍ନ ଓ ବିଭିନ୍ନ ଅମୂଲ୍ୟ ସାମଗ୍ରୀ ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି l ଯେଉଁଠାରେ ୮୫୦ ରୁ ଅଧିକ ପ୍ରକାରର ଖଣିଜ ରତ୍ନ  ଏବଂ ୧୧୦୦ ରୁ ଉର୍ଦ୍ଧ୍ବ ସାମଗ୍ରୀ ପ୍ରଦର୍ଶିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଭାରତ ତଥା ବହିର୍ଭାରତ ରୁ ସଂଗୃହିତ ବିଭିନ୍ନ ଖଣିଜ ପଥର ପ୍ରଦର୍ଶୀତ କରାଯାଇଥିଲା । ଡ.ମହାନ୍ତି  ଙ୍କ ନିକଟରେ ପ୍ରାୟ ୧୪ ପ୍ରକାର ବିଭାଗରେ ୧୭୦୦୦ ରୁ ଉର୍ଧ ସାମଗ୍ରୀ ଉପଲବ୍ଧ ଅଛି, ତନ୍ମଧ୍ୟରୁ ଗୋଟିଏ ବିଭାଗର ଆଜି ପ୍ରଦର୍ଶନୀ ଥିଲା l ଏହି ପ୍ରଦର୍ଶନୀରେ କାଭାନ୍ସାଇଟ୍ ,  ଫ୍ଲୋରାଇଟ୍ ,ଆପୋଫାଇଲାଇଟ୍ ଷ୍ଟିଲବାଇଟ୍ , ମେଲାକନାଇଟ୍,ଆରାଗୋନାଇଟ,କାୟାନାଇଟ୍, ପ୍ରବାଳ ପରିବାର, ପାଇରାଇଟ୍ ପରିବାର ,
 ଆଗେଟ୍ ପରିବାର , ଆଷ୍ଟ୍ରୋଲାଇଟ୍ ( ଜ୍ୟୋତିଷ ପରିବାର ) ,  ଆମେଥାଇଷ୍ଟ ପ୍ରଭୃତି ଶ୍ରେଣୀ ର ପଥର ସଂଗ୍ରହ ଏହି ପ୍ରଦର୍ଶନୀ ରେ ପ୍ରଦର୍ଶିତ ହୋଇଥିଲା ।ସେ ୨୦୧୩ ରେ ସାଙ୍କେତିକ ମୁଦ୍ରା ଓ ୨୦୧୪ ରେ ସାମୁଦ୍ରିକ ଶଙ୍ଖ ସଂଗ୍ରହ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ , ୨୦୧୯ ରେ World Record University, Vietnam Dr. Lit ଉପାଧି  ପାଇଛନ୍ତି l ସୂଚନା ଯୋଗ୍ୟ ଯେ , ଆଜିର ପ୍ରଦର୍ଶନୀ ମାଧ୍ୟମରେ ଇଣ୍ଟରନେସନାଲ ବୁକ ଅଫ  ରେକର୍ଡ (International Book of Record) ଦ୍ୱାରା ବିଶ୍ୱ ରେକର୍ଡ ସ୍ଥାପନ କରିବେ l 
       ଉକ୍ତ ପ୍ରଦର୍ଶନୀ କୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବରଗଡ ସାଂସଦ  ପ୍ରଦୀପ ପୁରୋହିତ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ରୂପେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ, ପୁର୍ବତନ ସାଂସଦ ତଥା  ଓଡିଶା ଷ୍ଟେଟ ମିଉଜିଅମ ର ପର୍ବତନ
କ୍ୟୁରେଟର ଡ. ପ୍ରଭାସ ସିଂ, ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ର ଆର୍କିଓଲୋଜିଷ୍ଟ ଡ. ବି. ଗଡ଼ନାୟକ, ସମ୍ବଲପୁର ବିଶ୍ବବଦ୍ୟାଳୟର ଆର୍ଥ ସାଇନ୍ସ ବିଭାଗ ମୁଖ୍ୟ ପ୍ରଫେସର ଡ ଦୁର୍ଯୋଧନ ବେହେରା , ସମ୍ବଲପୁର ବିଶ୍ବବଦ୍ୟାଳୟର ସ୍କୁଲ ଅଫ କେମେଷ୍ଟ୍ରୀ ର ଡ. ପ୍ରଭାତ କୁମାର ସାହୁ ,ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତା , ଭୁବନେଶ୍ୱର ରୁ
ସାଇନ୍ସ କମ୍ୟୁନିକେଟର ଲକ୍ଷ୍ମୀ ନାରାୟଣ ବକ୍ସି, 
AD
ବରିଷ୍ଠ ଆଇନଜୀବୀ ଅନନ୍ତ ସୟନ ପାଢ଼ୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ସଭା ପରିଚାଳନା କରିଥିଲେ ପ୍ରକୃତି ପ୍ରେମ ର ସାଧାରଣ ସମ୍ପାଦକ ଉପାନନ୍ଦ ସରକାର । ମୁଖ୍ୟ ଅତିଥି ତାଙ୍କ ମନ୍ତବ୍ୟ ରେ ସତ୍ୟକେତନ ଙ୍କ କାର୍ଯ୍ୟ କୁ ବିଶେଷ ଭାବରେ ପ୍ରଶଂସା କରିବା ସହ ପଶ୍ଚିମ ଓଡ଼ିଶାର ଗୌରବ ତଥା ଉକ୍ତ ଅଂଚଳରେ ସଂଗ୍ରହାଳୟ ସ୍ଥାପନ ପାଇଁ ପୁର୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l ସମସ୍ତ ଅତିଥି ମାନଙ୍କୁ ଏହି ରତ୍ନ ପଥର ଯୁକ୍ତ ସ୍ମାରକୀ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପ୍ରଦର୍ଶିନି କୁ ସ୍ଥାନୀୟ ଜନ ସାଧାରଣ ତଥା ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ମାନେ ବୁଲି ଦେଖିବା ସହ ଶ୍ରୀ ମହାନ୍ତି ଙ୍କ ସଂଗ୍ରହ ର ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ରେ
 ପ୍ରକୃତି ପ୍ରେମ ସଦସ୍ୟ ବୃନ୍ଦ  ବିଜୟ  ମହାନ୍ତି, ମୁନୁ ସାହୁ, ଲିଟନ , ହାପିପି , ଦୀପକ, ଅମନ , ପ୍ରମୋଦ, ସୁଖ, ସଂଜୀବ , ଅସିତ, ଖିରୋଦ, ରୀଙ୍କୁ ଓ ଅନେକ ଅନ୍ୟ ସଦସ୍ୟ  ସହଯୋଗ କରିଥିଲେ।

Post a Comment

COMMENT YOUR THOUGHT

Previous Post Next Post

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

Send Your News In Our WhatsApp OR Email .shreeshyamsandesh@gmail.com.....

Shorts From Shree Shyam sandesh News YouTube Channel

Shree Shyam Sandesh Web News
Welcome to Shree Shyam Sandesh Web News. Get Latest News Updates. हिंदी और उड़िया भाषा में भी उपलब्ध।
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

Follow Us

Attractive Image

Video News

VIDEO NEWS

News Label

ADVT.

Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
error: Content is protected !!