Shree Shyam Sandesh News

Translate

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା

*ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ*
*• ୧୧୩ ଜଣ ବିଦ୍ୟାର୍ଥୀ ଜିଲ୍ଲା ସ୍ତରୀୟ ଏବଂ ୧୨୨୫ ଜଣ ବିଦ୍ୟାର୍ଥୀଙ୍କୁ ମିଳିଲା ବ୍ଲକ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର*

*• ଜିଲ୍ଲା ପ୍ରଶାସନ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ୨୩ ଜଣ ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ*
*• ଶିକ୍ଷିତ ଓ ସ୍ଵାକ୍ଷର ମଧ୍ୟରେ ପାର୍ଥକ୍ୟ ବୁଝି ସମାଜର କଲ୍ୟାଣ ହେତୁ ଉପଯୁକ୍ତ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ: ଜିଲ୍ଲାପାଳ*
ବରଗଡ, ତା: ୦୫/୦୯:  ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକାଗ୍ରତା, କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସକୁ ପାଥେୟ କରିପାରିଲେ ଜଣେ ନିଶ୍ଚୟ ବଡ଼ ମଣିଷ ହୋଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ I ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମନିନୀ ଭୋଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ପୂର୍ବତନ ନିର୍ଦେଶକ ଶ୍ରୀ ଚୂଡାମଣି ସେଠ, ସରକାରୀ ଶିକ୍ଷକ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଶ୍ରୀ ରଜନୀକାନ୍ତ ଦାସ, ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିତ୍ରଭାନୁ କଚ୍ଛପ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ସାହୁ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଧୀରୋଜ ପଟ୍ଟନାୟକ ସମାରୋହରେ ମଞ୍ଚାସୀନ ହୋଇ ପୁରସ୍କାର ପାଇଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I କାର୍ଯ୍ୟକ୍ରମର ଆବାହକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ I 

ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମଦିବସ ପାଳନ ଯେ ଗୁରୁଶିଷ୍ୟ ପାଳନ ର ଏକ ଅଭୁତପୂର୍ବ ପରମ୍ପରା ସୃଷ୍ଟି କରିଛି ଯାହା ଏକ ସନ୍ତୁଳିତ ସମାଜ ଗଠନ  ର ସୁତ୍ରଧର।ସେଥିପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ବିଦ୍ୟାଳୟ ଗୁଡିକ ର ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି । ବିଦ୍ୟାଳୟ ରେ ପ୍ରଯୁକ୍ତି ବିଦ୍ୟା ଆଧାର ରେ ଦିଆଯାଇଥିବା ସ୍ମାର୍ଟ କ୍ଲାସ ରେ ଶିକ୍ଷା ଦାନ ନିମନ୍ତେ ସର୍ବଦା ନିଜକୁ ଅପଡେଟ ରଖି ଏହାର ସଦୁପଯୋଗ କରିବାକୁ ଜିଲ୍ଲାର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ଜିଲପାଳ ଉତ୍ସାହିତ କରିଥିଲେ। । 

AD

ଏହି ଅବସରରେ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୧୩ ଜଣ ବିଦ୍ୟାର୍ଥୀ ଏବଂ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ ୧୨୨୫ ଜଣ ବିଦ୍ୟାର୍ଥୀଙ୍କ ସମେତ ୨୩ ଜଣ ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ସମ୍ବର୍ଦ୍ଧିତ ହୋଇଥିଲେ I ସମ୍ବର୍ଦ୍ଧିତ ହୋଇଥିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ଅମ୍ବଭୋନା ବ୍ଲକରୁ ୧୦  ଜଣ ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୦୧ ଜଣ ବିଦ୍ୟାର୍ଥୀ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ,  ଅତାବିରା ବ୍ଲକରୁ ୧୦ ଜଣ ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୦୦ ଜଣ ବିଦ୍ୟାର୍ଥୀ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ,   ବରଗଡ ବ୍ଲକରୁ ୧୨ ଜଣ ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୦୩ ଜଣ ବିଦ୍ୟାର୍ଥୀ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ, ବରପାଲି ବ୍ଲକରୁ ୬ ଜଣ ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୦୩ ଜଣ ବିଦ୍ୟାର୍ଥୀ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ, ଭଟଲି ବ୍ଲକରୁ ୯ ଜଣ ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୦୩ ଜଣ ବିଦ୍ୟାର୍ଥୀ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ, ଭେଡେନ ବ୍ଲକରୁ ୬ ଜଣ ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୦୨ ଜଣ ବିଦ୍ୟାର୍ଥୀ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ, ବିଜେପୁର ବ୍ଲକରୁ ୯ ଜଣ ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୦୨ ଜଣ ବିଦ୍ୟାର୍ଥୀ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ, ଗଇସିଲେଟ ବ୍ଲକରୁ ୬ ଜଣ ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୦୦ ଜଣ ବିଦ୍ୟାର୍ଥୀ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ, ଝରବନ୍ଧ ବ୍ଲକରୁ ୪ ଜଣ ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୦୪ ଜଣ ବିଦ୍ୟାର୍ଥୀ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ, ରାଜବଢାସମ୍ଭର ବ୍ଲକରୁ ୧୨ ଜଣ ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୦୪ ଜଣ ବିଦ୍ୟାର୍ଥୀ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ, ପାଇକମାଲ ବ୍ଲକରୁ ୧୯ ଜଣ ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୦୩ ଜଣ ବିଦ୍ୟାର୍ଥୀ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ ଏବଂ  ସୋହେଲା  ବ୍ଲକରୁ ୧୦ ଜଣ ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ ଏକାଡେମିକ ବର୍ଗରେ ୧୦୦ ଜଣ ବିଦ୍ୟାର୍ଥୀ ବ୍ଲକ ସ୍ତରୀୟ ଏକାଡେମିକ ବର୍ଗରେ ପୁରସ୍କୃତ ହୋଇଛନ୍ତି ।                                      
                                                                           AD
AD : Contact For Advt  : 8249070178


ଏହି ଅବସରରେ ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ସିଆରସିସି, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସଙ୍ଗୀତ ପରିବେଷଣ କରିଥିବା ବେଳେ ସେମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା  I 

ଏଠାରେ ସୂଚନା ଥାଉ କି, ଅପରାହ୍ନ ଘ. ୧୨.୧୫ ମି ସମୟରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତ ଜିଲ୍ଲାରେ ହେଉଥିବା ଏହି ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟର୍ଥୀ ସମ୍ବର୍ଦ୍ଧନା ସମାରୋହକୁ ଆଭାସୀ ମାଧ୍ୟମରେ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନ ଠାରୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ I 

Post a Comment

COMMENT YOUR THOUGHT

Previous Post Next Post

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

Send Your News In Our WhatsApp OR Email .shreeshyamsandesh@gmail.com.....

Shorts From Shree Shyam sandesh News YouTube Channel

Shree Shyam Sandesh Web News
Welcome to Shree Shyam Sandesh Web News. Get Latest News Updates. हिंदी और उड़िया भाषा में भी उपलब्ध।
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

Follow Us

Attractive Image

Video News

VIDEO NEWS

News Label

ADVT.

Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
error: Content is protected !!