ଇନରହ୍ଵିଲ କ୍ଲବ ଅଫ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ଆଜି ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଭାରତର ବିଶିଷ୍ଟ ଶିକ୍ଷାବିଦ, ଦାର୍ଶନିକ ତଥା ଦ୍ଵିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣାନ ଙ୍କ ଜନ୍ମତିଥି ଅବସରରେ ଗୁରୁଦିବସ ପାଳିତ ହୋଇଯାଇଛି ।
ଏଇ କାର୍ଯ୍ୟକ୍ରମ ରେ କ୍ଲବ ତରଫରୁ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଗୁରୁଦିବସ ଉପଲକ୍ଷେ ଇନରହ୍ଵିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ର ସୁଷମା ଦାଶ ଉପସ୍ଥିତ ଛାତ୍ରୀ ମାନଙ୍କୁ ନିଜର କେରିୟର ଗଠନ ସମ୍ପର୍କୀତ ବିଭିନ୍ନ ଟିପ୍ସ ପ୍ରଦାନ କରିଥିଲେ । ହାଇସ୍କୁଲ ଶିକ୍ଷା ପରେ କିପରି ଛାତ୍ରୀ ମାନେ ଆର୍ଟ୍ସ, ସାଇନ୍ସ କିମ୍ୱା କମର୍ସ ପାଠ୍ୟକ୍ରମରେ ନିଜ କେରିୟର କୁ ସୁଦୃଢ କରିପାରିବେ ସେ ନେଇ ଉପଦେଶ ଦେଇଥିଲେ।କ୍ଲବ ର ସଭାନେତ୍ରୀ ଭାବନା ଅଗ୍ରୱାଲ ଙ୍କ ନେତୃତ୍ୱ ରେ ପାଳିତ ଏହି ଗୁରୁଦିବସ ପାଳନ ବେଳେ କେକ୍ କଟାଯିବାସହ ସମସ୍ତଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାନେତ୍ରୀ ଗୀତାଞ୍ଜଳୀ ମେହେର, ମମତା ଅଗ୍ରୱାଲ ଓ ବିନିତା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
Tags
BARGARH NEWS