ଆଜି ସ୍ଥାନୀୟ ଟାଉନ୍ ହାଇ ସ୍କୁଲ ବରଗଡ ଠାରେ ଜାତୀୟ ନୂତନ ଶିକ୍ଷା ନୀତି ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ସ୍କୁଲ ର ପ୍ରଧାନ ଶିକ୍ଷକ ମନମୋହନ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲା ର ସଭାପତି ବିମଳ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଶିକ୍ଷା ନୀତି ରେ ପରିତ ହୋଇ ଥିବା ଯୁଗାନ୍ତକାରୀ ପରିବର୍ତ୍ତନ, ପ୍ରଚ୍ୟାତ୍ୟ ଦେଶ ମାନଙ୍କ ସହିତ ତାଳ ଦେଇ ବୈଶୟିକ ଶିକ୍ଷା ବ୍ୟବସ୍ଥା, ଶିକ୍ଷକ ଓ ଅଭିଭାବକ ମନ ଙ୍କ ମଧ୍ୟ ରେ ଛାତ୍ର ଛାତ୍ରୀ ଙ୍କ ଉତ୍ତମ ଭବିଷ୍ୟ ପାଇଁ ସୁସମ୍ପର୍କ ରହିବା ଉପରେ ନିଜ ବକ୍ତବ୍ୟ ରଖିଥିଲେ ଏହା ସହିତ ମହାସଂଘ ର ବରିଷ୍ଠ ସଦସ୍ୟ ଆଶୁତୋଷ ରଥ, ଗୋପୀନାଥ ସାହୁ, ବାଲ୍ମିକୀ ଷଡ଼ଙ୍ଗୀ, ରମେଶ ପତି,ଦିବାକର ମାଝୀ ଆଦି ମଞ୍ଚାସିନ ହୋଇ ନିଜ ବକ୍ତବ୍ୟ ରଖିଥିଲେ ପରେ ପ୍ରଧାନ ଶିକ୍ଷକ ମନମୋହନ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବା ରେ ସହଯୋଗ କରିଥିଲେ।
Tags
BARGARH NEWS