ଆଜି ସ୍ଥାନୀୟ ଟାଉନ୍ ହାଇ ସ୍କୁଲ ବରଗଡ ଠାରେ ଜାତୀୟ ନୂତନ ଶିକ୍ଷା ନୀତି ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ସ୍କୁଲ ର ପ୍ରଧାନ ଶିକ୍ଷକ ମନମୋହନ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲା ର ସଭାପତି ବିମଳ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଶିକ୍ଷା ନୀତି ରେ ପରିତ ହୋଇ ଥିବା ଯୁଗାନ୍ତକାରୀ ପରିବର୍ତ୍ତନ, ପ୍ରଚ୍ୟାତ୍ୟ ଦେଶ ମାନଙ୍କ ସହିତ ତାଳ ଦେଇ ବୈଶୟିକ ଶିକ୍ଷା ବ୍ୟବସ୍ଥା, ଶିକ୍ଷକ ଓ ଅଭିଭାବକ ମନ ଙ୍କ ମଧ୍ୟ ରେ ଛାତ୍ର ଛାତ୍ରୀ ଙ୍କ ଉତ୍ତମ ଭବିଷ୍ୟ ପାଇଁ ସୁସମ୍ପର୍କ ରହିବା ଉପରେ ନିଜ ବକ୍ତବ୍ୟ ରଖିଥିଲେ ଏହା ସହିତ ମହାସଂଘ ର ବରିଷ୍ଠ ସଦସ୍ୟ ଆଶୁତୋଷ ରଥ, ଗୋପୀନାଥ ସାହୁ, ବାଲ୍ମିକୀ ଷଡ଼ଙ୍ଗୀ, ରମେଶ ପତି,ଦିବାକର ମାଝୀ ଆଦି ମଞ୍ଚାସିନ ହୋଇ ନିଜ ବକ୍ତବ୍ୟ ରଖିଥିଲେ ପରେ ପ୍ରଧାନ ଶିକ୍ଷକ ମନମୋହନ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବା ରେ ସହଯୋଗ କରିଥିଲେ।
ଟାଉନ୍ ହାଇ ସ୍କୁଲ ବରଗଡ ଠାରେ ଜାତୀୟ ନୂତନ ଶିକ୍ଷା ନୀତି ଉପରେ ଏକ ଆଲୋଚନା ଚକ୍ର
byShree Shyam Sandesh News
-
0