Translate

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବିଜ୍ଞାନ କୁଇଜ୍ ପ୍ରତିଯୋଗୀତା


 ଶିକ୍ଷାର୍ଥୀଙ୍କ ମନରେ ବୈଜ୍ଞାନିକ ମନୋବୃତ୍ତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ 'ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ' କାର୍ଯ୍ୟକ୍ରମ ତରଫରୁ  ସମଗ୍ର ଶିକ୍ଷା ବରଗଡ଼ ଆନୁକୂଲ୍ୟରେ ଅମ୍ବାଭୋନା ବ୍ଲକ କଣ୍ଡପଲା ସ୍ଥିତ ପଞ୍ଚାୟତ ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ ଭିତ୍ତିକ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ବୈଠକରେ ଅମ୍ବାଭୋନା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ଅଧ୍ଯକ୍ଷତାରେ ମୁଖ୍ଯଅତିଥି ଭାବରେ ଭୁକ୍ତା ମହାତ୍ମାଗାନ୍ଧୀ ମାଧ୍ୟମିକ ମହାବିଦ୍ୟାଳୟର ଅଧ୍ଯାପକ ଡଃ ଜୟନ୍ତ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଭୁକ୍ତା ଜନତା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ ମାଷ୍ଟର ଟ୍ରେନର ସଂଜୟ ଖମାରୀ  ଏବଂ ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲମୋହନ ସିଂହ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ଚରଣ ମହାନ୍ତ,କଣ୍ତପଲା ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ରନ୍ତିଦେବ ନାୟକ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁରେଶ ନାୟକ ଏବଂ ଅବସରପ୍ରାପ୍ତ ଶିକ୍ଷକ ସନୁ ପଧାନ  ଯୋଗଦେଇଥିଲେ।ଅତିଥିବୃନ୍ଦ ବିଘ୍ନ ବିନାଶକ ଗଣେଶଙ୍କ ଫଟୋ ଚିତ୍ରରେ  ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପ ପ୍ରଦାନ କରି ପୂଜାର୍ଚ୍ଚନା କରିବା ପରେ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଅମ୍ବାଭୋନା କ୍ଳଷ୍ଟରର ସିଆରସିସି ପୁନୀରାମ ଗଣ୍ତ ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଭାଷଣ, କୁମ୍ମୋ କ୍ଳଷ୍ଟରର ସିଆରସିସି ରାମେଶ୍ଵର ଭୋଇ ଅତିଥି  ପରିଚୟ ପ୍ରଦାନ ଏବଂ  ଲଖନପୁର କମଳ ସିଂ ଦାଉ ସରକାରୀ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ମନୋହର ସାହୁ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ।ଆୟୋଜିତ କୁଇଜ ପ୍ରତିଯୋଗିତାରେ ଅମ୍ବାଭୋନାବ୍ଳକର ସମସ୍ତ ବିଦ୍ଯାଳୟର  କୃତୀ ଛାତ୍ରଛାତ୍ରୀ  ଅଂଶଗ୍ରହଣ କରିଥିଲେ।ଉପକନିଷ୍ଠ ବିଭାଗରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୈନାତୋରାର ଆର୍ଯ୍ୟ ପରିଧି ସାହୁ, କନିଷ୍ଠ ବିଭାଗରେ ହୀରାଧର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭୈନାତୋରାର ଅଭିଜିତ ମାଝି  ଏବଂ ବରିଷ୍ଠ ବିଭାଗରେ ଦ୍ବାରିକାଧୀଶ ହାଇସ୍କୁଲ ଦ୍ଵାରୀର ପ୍ରତୀକ୍ଷା ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିଲେ!ମୂଲ୍ୟାୟନ କାର୍ଯ୍ୟରେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ, ମନୋହର ସାହୁ, ତୁଷାର ପ୍ରଧାନ,ଶୁଭାଶିଷ ଜଗତ, ଆକୁଳ ବାଗ ତପେଶ୍ୱର ପଧାନ, ପ୍ରଣୟ ରଞ୍ଜନ ଭୁଏ, ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର ପ୍ରମୁଖ ସହଯୋଗ କରିଥିଲେ।ଉଦଯାପନୀ କାର୍ଯ୍ୟକ୍ରମରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା। ଏହି  କାର୍ଯ୍ୟକ୍ରମରେ  ଗୋଷ୍ଠି ଶିକ୍ଷା କାର୍ଯ୍ଯାଳୟର ହିସାବ ରକ୍ଷକ ଭାଗବତ ବେହେରା ,ହିସାବ ରକ୍ଷକ ଇଶ୍ବର ସାହୁ, କନିଷ୍ଠ କିରାଣୀ ପ୍ରଦୀପ ଡନସନା, ଶିକ୍ଷକ ଜନକ ରାମ ବାରିକ,କଣ୍ତପଲା ସ୍କୁଲର ଶିକ୍ଷକ ଟେଙ୍ଗନୁ ନାୟକ, ପଦ୍ମନାଭ ପଧାନ, ବିବେକ କୁମାର ନାୟକ, ସିଆରସିସି କେଦାର ନାଏକ, ଚୌଧୁରୀ ପାତ୍ର, ସୁଶାନ୍ତ ପଧାନ, ନିରଞ୍ଜନ ପଟେଲ, ସୁମନ୍ତ ବାଗ  ଓ ବ୍ଲକର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ସନ୍ତୋଷ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

COMMENT YOUR THOUGHT

Previous Post Next Post
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

वीडियो समाचार बुलेटिन

▶ VIDEO NEWS

श्री श्याम संदेश यूट्यूब बुलेटिन

हमारे यूट्यूब चैनल (@shreeshyamsandeshnews) से ताज़ा एवं चुनिंदा वीडियो रिपोर्ट

यूट्यूब चैनल से वीडियो लोड हो रहे हैं...

Newspaper Daily Dispatch

SHREE SHYAM SANDESH • NATIONAL & REGIONAL DESK

The Daily Dispatch

Today's Edition
Loading today's newspaper edition...

🏛️ हमारे आधिकारिक पृष्ठ (Official Pages)

ई-पेपर, संपादकीय टीम, संपर्क सूत्र एवं पोर्टल नीतियां