ବରଗଡ଼ ମହିଳା ସମିତି ତରଫରୁ ନବ ନିର୍ବାଚିତ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କୁ ଭବ୍ୟ ସ୍ୱାଗତ*।
ବରଗଡ଼, ୧୭/୭-ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ସନ୍ଧ୍ୟାରେ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ ଅବସରରେ ବିଧାୟକଙ୍କ ନିଶାମୁକ୍ତ ବରଗଡ଼ ଅଭିଯାନ ସଙ୍କଳ୍ପକୁ ସାକାର ରୂପ ଦେବାରେ ମହିଳା ସମିତି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ଘୋଷଣା କରାଯାଇଛି । ସମ୍ବର୍ଦ୍ଧନା ର ଉତ୍ତରରେ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ କହିଥିଲେ ଯେ, ବରଗଡ଼ କୁ ଏକ ସୁନ୍ଦର ସୁସ୍ଥ ପରିମଳ ସହରରେ ପରିଣତ କରିବା ପାଇଁ ରୋଡ ମେପ ତିଆରି ହେଉଛି । ସେଥିରେ ନିଶାମୁକ୍ତ ବରଗଡ଼ ସାଙ୍ଗକୁ ସମୁଚିତ ପରିମଳ ବ୍ୟବସ୍ଥା,ବରଗଡରେ ମହିଳା ଥାନା ସ୍ଥାପିତ, ବନ୍ଧ କଟା ର ପୁନରୁଦ୍ଧାର ଓ ସୌଖିନ ସୌନ୍ଦର୍ଯ୍ୟକରଣ ଅନ୍ତର୍ଭୁକ୍ତ । ଏହା ସାଙ୍ଗକୁ ଡେବ୍ରିଗଡ କୁ ଇକୋ ଟୁରିଜମ ରେ ପରିଣତ ଏବଂ ବରଗଡ଼ରେ ତାହାର କାର୍ଯ୍ୟାଳୟ ପ୍ରତିଷ୍ଠା, ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ର ସ୍ମୃତି ସନ୍ତକ ରୂପେ ଭବ୍ୟ ଗଟେ ବରଗଡର ପ୍ରବେଶ ପଥରେ ନିର୍ମାଣ କରାଯିବ ବୋଲି ବିଧାୟକ ସୂଚନା ଦେଇ ସମସ୍ତଙ୍କ ସହାୟୋଗ ଓ ଆଶିର୍ବାଦ କାମନା କରିଥିଲେ ।
ସମ୍ମାନୀତ ଅତିଥି ଭାବରେ ପୂର୍ବତନ ବରଗଡ଼ ପୌରାଧକ୍ଷ ପ୍ରଶାନ୍ତ ବେହେରା ଯୋଗଦେଇ ସହରର ଉନ୍ନତିରେ ସମସ୍ତଙ୍କ ଗଠନମୂଳକ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ । ସମିତିର ସଭାନେତ୍ରୀ ହରଜୀନ୍ଦର କୌରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ସମାଜସେବୀ ଗୀତା ମିଶ୍ର, ସମିତିର ଉପଦେଷ୍ଟା ପ୍ରିତମ ସିଂ ଓ ପ୍ରସନ୍ନ ମିଶ୍ର, ସମ୍ପାଦିକା ଇନ୍ଦ୍ରାଣୀ ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ ।ବରିଷ୍ଠ ସଦସ୍ୟ ମମତା ମିଶ୍ର ସମସ୍ତଙ୍କୁ ସ୍ଵାଗତ ଜଣାଇ ଅତିଥି ପରିଚୟ ପ୍ରଦାନ ଏବଂ ଅଞ୍ଜନା ଦାସ ସଭା କାର୍ଯ୍ୟ ସଂଯୋଜନା କରିଥିଲେ ।
ଶେଷରେ ସମୂହ ବନ୍ଦେ ମାତରଂ ଗାନ ପରେ ରାଧାରାଣୀ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ବରିଷ୍ଠ ସଭ୍ୟବୃନ୍ଦ ମନ୍ଦାକିନୀ ପତି, ଦେବକୀ ମେହେର, ସୁଧାଂଶୁବାଲା ଦାଶ, ଜୟଗୀତା ପଣ୍ଡା, ମାମି ମିଶ୍ର, ଜୟଶ୍ରୀ ପଣ୍ଡା, ଡା. କମଳିନୀ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।