ସୁବର୍ଣ୍ଣ ଜୟନ୍ତି ପାଇଁ ପ୍ରାକ ପ୍ରସ୍ତୁତି ବୈଠକ
~~~~~~~~~~~~~~~~~~~~
ବରଗଡ଼ ତା: ୧୮.୦୭.୨୦୨୪ ଗତକାଲି ମଙ୍ଗଳବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ବରଗଡ଼ ଜିଲ୍ଲା ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବେଚ ର ଆଗାମୀ ୨୦୨୫ ରେ ସୁବର୍ଣ୍ଣ ଜୟନ୍ତି ଉତ୍ସବ ମହାସମାରୋହରେ ପାଳନ କରାଯିବା ପାଇଁ ସତ୍ୟ ନାରାୟଣ ପଣ୍ଡା ଙ୍କ ଆହ୍ବାନ କ୍ରମେ ପ୍ରକାଶିତ ହେବାକୁ ଥିବା ସୋଭେନିୟର ର ମୁଖ୍ୟ ସଂଯୋଜକ ଅଭୟ କୁମାର ଭୋଇ ଙ୍କ ସଭାପତିତ୍ବରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଆସନ୍ତା ୨୦୨୫ ବରଗଡ଼ ବିରାଟ ଧନୁଯାତ୍ରା ମସୋତ୍ସବ ପୂର୍ବରୁ କିମ୍ବା ପରେ ସୁବର୍ଣ୍ଣ ଜୟନ୍ତି ଉତ୍ସବ ପାଳନ କରାଯିବ ବୋଲିି ସଦସ୍ୟ ମାନେ ମତାମତ ପ୍ରଦାନ କରିଥିଲେ ।
ସେ ସମୟରେ ଶିକ୍ଷାଦାନ କରିଥିବା ଅଧିକାଂଶ ଶିକ୍ଷକଙ୍କ ସ୍ଵର୍ଗବାସ ହୋଇ ଯାଇଛି ତାଙ୍କ ଆତ୍ମା ର ଶଦଗତି ପାଇଁ ନିରବ ପ୍ରାର୍ଥନା କରାଯିବା ସହିତ ଯେଉଁ ଶିକ୍ଷକ ମାନେ ଧରା ଧାମରେ ଅଛନ୍ତି ତାଙ୍କୁ ନିମନ୍ତ୍ରଣ କରି ଆଶିର୍ବାଦ କାମନା କରିବା ସହିତ ସମ୍ପର୍କିତ କରାଯିବ ।
୧୯୭୫ ବେଚ ର ସମସ୍ତ ଛାତ୍ର ମାନଙ୍କ ଫଟୋ ସମ୍ବିଳିତ ଲେଖା ପ୍ରକାଶିତ ହେବାକୁ ଥିବା ସୋଭେନିୟର ରେ ସ୍ଥାନ ପାଇବ ବୋଲି ସଂପାଦନା ମଣ୍ଡଳୀ ର କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ ।
ଏଥିରେ ସର୍ବଶ୍ରୀ ଗୋବିନ୍ଦ ଦାଶ,ନିର୍ମଳ କିଶୋର କର, ସୁଧାଂଶୁ ଶତପଥୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ଅଶୋକ ପ୍ରଧାନ, ଲଳିତ ବିଶୀ, ଶତୃଘ୍ନ ଦାଶ, ରାଜେନ୍ଦ୍ର ଲାଠ, ଅରୁଣ ସାହୁ,କୁନୁ ବଢେଇ,ଦେବୀ ପଟ୍ଟନାୟକ,ଫେଲୁ ସାମଲ,ବାସୁ ପ୍ରଧାନ, ସ୍ବାଧିନ ମହାରଣା, ସୁନୀଲ ଦାଶ ଓ ଆହୁରି ଅନେକ ଯୋଗ ଦେଇ ନିଜ ନିଜର ମତାମତ ପ୍ରତିପାଦିତ କରିଥିଲେ ।
ଏହି ଅବସରରେ ଶ୍ରୀ ଅଭୟ ଭୋଇଙ୍କ ଜନ୍ମଦିନ ସହପାଠୀମାନେ ବହୁ ହର୍ଷ ଉଲ୍ଲାସରେ ପାଳନ କରିଥିଲେ I
ଶେଷରେ ତୁଳସୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
--------×××---------