ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ଚମ୍ପିୟାନଶିପ ୨୦୨୪ ରେ ବରଗଡ଼ ଟାଇକୋଣ୍ଡୋ ର ସଫଳତା :-
ଓଡ଼ିଶା ଟାଇକୋଣ୍ଡୋ ଆସୋସିଏସନ ( ଓଟିଏ ) ଆନୁକୂଲ୍ୟରେ ଅଗଷ୍ଟ ୩୦ ରୁ ତିନି ଦିବସିୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ରେ ଚାଲିଥିବା ଓଡ଼ିଶା ରାଜ୍ୟ କ୍ୟୁରୋଗୀ ଓ ପୁମ୍ସା ଚମ୍ପିୟାନଶିପ ରବିବାର ଅପରାହ୍ନ ରେ ଉଦଯାପିତ ହୋଇଥିଲା।
ଉକ୍ତ ଚମ୍ପିୟାନଶିପରେ ବରଗଡ଼ ଜିଲ୍ଲାର ବିଜୟ ଟାଇକୋଣ୍ଡୋ ଅସୋସିଏସନ ର କୋଚ୍ ଶ୍ରୀ ବିଜୟ କୁମାର ଭୋଇ ଙ୍କର ନେତୃତ୍ବରେ ୨୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ବରଗଡ଼ ଜିଲ୍ଲା ରୁ ଅଂଶଗ୍ରହଣ କରିଥିବା ୨୫ ଜଣଙ୍କ ମଧ୍ୟରୁ ୧୦ ଜଣ ସ୍ୱର୍ଣ୍ଣ ପଦକ, ୧୦ ଜଣ ରୌପ୍ୟ ଏବଂ ୧୪ ଜଣ କାଂସ୍ୟ ପଦକ ହାସଲ କରିଥିଲେ।
AD : SAMALESWARI AGENCIES BARGARH
AD : SAMALESWARI AGENCIES BARGARH
![]() |
CONTACT FOR ADVT. |
ଉଦଯାପିତ ଦିବସରେ ଓଡ଼ିଶାର ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ତଥା କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ଯୋଗ ଦେଇ କୃତି ପ୍ରତିଯୋଗିଙ୍କୁ ଟ୍ରଫି ଓ ମେଡାଲ ପ୍ରଦାନ କରି ସମସ୍ତ କୃତି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।
ଆଜି ବିଜୟ ଟାଇକୋଣ୍ଡୋ ଆସୋସିଏସନ ଛାତ୍ରଛାତ୍ରୀ ଅଭ୍ୟାସ କରୁଥିବା ନିଶାମଣି ପଡ଼ିଆରେ ଜିଲ୍ଲା ର ସଭାପତି ଶ୍ରୀ ନବକିଶୋର ପାଣିଗ୍ରାହୀ ସମସ୍ତ କୃତି ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣେଇବା ସହିତ ଆଗାମୀ ଦିନରେ ଅନେକ ସଫଳତା ହାସଲ କରିବା ପାଇଁ ଆହୁରି ପରିଶ୍ରମ କରିବାକୁ ଉତ୍ସାହିତ କରିଥିଲେ ।
ଆଜିର କୃତି ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ କୋଚ୍ ବିଜୟ କୁମାର ଭୋଇ,ଆଶୁତୋଷ ରଥ,ଶ୍ରୀୟା ମିଶ୍ର ଏବଂ ରାଜଶ୍ରୀ ବଗର୍ତ୍ତି ଉପସ୍ଥିତ ଥିଲେ