ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଭଏସ ଅଫ ମିଡିଆ ର ଦାବି ପତ୍ର
ବରଗଡ :- ଭଏସ ଅଫ ମିଡ଼ିଆ ବରଗଡ ଜିଲ୍ଲା ଶାଖା ତରଫରୁ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସଭାପତି ଆଶୁତୋଷ ରଥ ଙ୍କ ନେତୃତ୍ୱ ରେ ଆଜି ଭଏସ ଅଫ ମିଡ଼ିଆ ର ସମସ୍ତ ସାମ୍ବାଦିକଙ୍କୁ ନେଇ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଙ୍କ ଜରିଆରେ ସାମ୍ୱାଦିକ ସୁରକ୍ଷା ସମ୍ମିଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସାମ୍ବାଦିକ ଙ୍କ ସମସ୍ୟା ଏବଂ ସୁରକ୍ଷା ପାଇଁ ଏକ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି l ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ । ଅନ୍ୟାନ୍ୟ ରାଜ୍ୟ ପରି ଓଡିଶାରେ ମଧ୍ୟ ବୟସ୍କ ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ ।
ଅଧିସ୍ବୀକୃତି କମିଟି ପୁନଃଗଠନ ଓ ବ୍ଳକ ଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଅଧୂସ୍ବୀକୃତି ପ୍ରଦାନ । ପ୍ରଚଳିତ ସ୍ବାସ୍ଥ୍ୟବୀମା ଯୋଜନାରେ ପିତାମାତା ତଥା ପଚିଶି ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନିର୍ଭରଶୀଲ ସନ୍ତାନ ମାନଙ୍କୁ ସାମିଲ l ମିଡିଆ ଏକାଡେମୀ ଗଠନ ସହ ରାଜଧାନୀ ଭୁବନେଶ୍ବରରେ ଏକାଡେମୀ କାର୍ଯ୍ୟାଳୟ ସ୍ଥାପିତ । ୧୦ ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ପ୍ରବେଶ ପତ୍ର ପ୍ରଦାନ କରିବା ପାଇଁ ଭଏସ ଅଫ ମିଡ଼ିଆ ତରଫରୁ ଦାବୀ କରାଯାଇଛି । ଜିଲ୍ଲା ସଭାପତି ଆଶୁତୋଷ ରଥ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଅର୍ଜୁନ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ, ମୁକୁନ୍ଦ ଦାଶ,ଅଭିମନ୍ୟୁ ପଧାନ ସୁବାଷ ସାହୁ, ଆଶିଷ କିରଣ ମହାପାତ୍ର, ସୁରେଶ ମହାନନ୍ଦ, ବୃନ୍ଦାବନ ବେହେରା, ରୁଦ୍ରପ୍ରତାପ ମହାନନ୍ଦ ପ୍ରମୁଖ ଯୋଗଦେଇ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ।
Tags
BARGARH NEWS