ଅଜଣା ବ୍ୟକ୍ତି ଙ୍କୁ ସହଯୋଗ କଲେ ସମାଜସେବୀ
ବରଗଡ ୨୮/୮/୨୪ ବରଗଡ ଜିଲ୍ଲା ବରଗଡ ରେଳ ଷ୍ଟେସନ ରେ ଜଣେ ୫୦ ବର୍ଷୀୟ ପୁରୁଷ ବୁଲୁଥିବାର ଦେଖି ତାଙ୍କୁ ରେଲୱେ ପୋଲିସ ଇନଚାର୍ଜ ପଚରା ଉଚରା କରିବାରୁ ସେ ମୁଁ ଭୁଲ ରେ ଆସିଯାଇଛି କୁଆଡେ ଯିବି କେମିତି ଯିବି ଜାଣି ପାରୁନାହିଁ ବୋଲି କହିଥିଲେ। ତାଙ୍କ ନାମ କାରୁ ଜମାଦାର ଓ ସେ ବିହାର ରାଜ୍ୟ ର ବୋଲି କହିଥିଲେ। ଏହି ବ୍ୟକ୍ତି ଙ୍କ ଥଇଥାନ ପାଇଁ ରେଲୱେ ପୋଲିସ ଇନଚାର୍ଜ ସମାଜସେବୀ ସଂଘମିତ୍ରା ପଟେଲ ଙ୍କୁ ଫୋନ୍ ମାଧ୍ୟମ ରେ ଯୋଗାଯୋଗ କରିଥିଲେ। ଶ୍ରୀମତୀ ସଂଘମିତ୍ରା ପଟେଲ ସାଙ୍ଗେ ସାଙ୍ଗେ ପହଞ୍ଚି ସେହି ବ୍ୟକ୍ତି ଙ୍କୁ ବୁଝା ବୁଝି କରି ତାଙ୍କର ଆଧାର କାର୍ଡ ମାଗିଥିଲେ ଓ ତାଙ୍କ ଠିକଣା ରେ ଯୋଗାଯୋଗ କରି କାରୁ ଜମାଦାର ଙ୍କ ପୁଅ ସହିତ କଥା ବାର୍ତ୍ତା ହୋଇଥିଲେ। ପ୍ରାଇଭେଟ ବସଷ୍ଟାଣ୍ଡ ନିକଟସ୍ଥ ସରକାରୀ ବାସହୀନ ଆଶ୍ରୟ ସ୍ଥଳୀ ର କର୍ମଚାରୀ ବୀଣାପାଣି ଗିରି ଙ୍କୁ ଯୋଗାଯୋଗ କରି ସମାଜସେବୀ ସଂଘମିତ୍ରା ଉକ୍ତ ବ୍ୟକ୍ତି ଙ୍କୁ ରଖିଥିଲେ ଏବଂ ତାଙ୍କର ପୁଅ ଆସିବା ପର୍ଯ୍ୟନ୍ତ ଖାଇବା ରହିବା ବନ୍ଦୋବସ୍ତ କରିଥିଲେ।ତାଙ୍କ ର ପୁଅ ଆସି ସଂଘମିତ୍ରା ଙ୍କ ସହିତ ଦେଖା କରିବା ପରେ କାରୁ ଜମାଦାର ଙ୍କ ସହିତ ସାକ୍ଷାତ କରାଇଥିଲେ।ଉକ୍ତ ବ୍ୟକ୍ତି ପୁଅ କୁ ଦେଖି ଖୁସି ହୋଇଥିଲେ। କାରୁ ଜମାଦାର ଙ୍କୁ ସମାଜସେବୀ ସଂଘମିତ୍ରା ଓ ବାସହୀନ ଆଶ୍ରୟ ସ୍ଥଳୀ ର କର୍ମଚାରୀ ବୀଣାପାଣି ତାଙ୍କ ର ପୁଅକୁ ହସ୍ତାନ୍ତର କରିଥିଲେ।
Tags
BARGARH NEWS