ପୂର୍ତ୍ତ ମନ୍ତ୍ରୀ ଙ୍କୁ ଭେଟି ବରଗଡ଼ ସହରର ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କଲେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ
ବରଗଡ଼ ୨୭/୦୮/୨୦୨୪
ବରଗଡ଼ ର ଅଟକି ଯାଇଥିବା ବିଭିନ୍ନ ରାସ୍ତା ଘାଟ ଓ ଫ୍ଲାଇ ଓଭର ର ନିର୍ମାଣ କାର୍ଯ୍ୟ କୁ ଅତିଶୀଘ୍ର ଆରମ୍ଭ କରିବା ପାଇଁ ଆଜି ମାନ୍ୟବର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସଚିବାଳୟରେ ଭେଟି ବରଗଡ଼ ସହରର ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କଲେ । ସୂଚନା ଥାଉକି ବରଗଡ଼ ସହରକୁ ଜିଲ୍ଲା ତଥା ସଂଲଗ୍ନ ଛତିଶଗଡ଼ ଅଞ୍ଚଳର ଲୋକେ ପ୍ରତ୍ୟେକ ଦିନ ନିଜର ବିଭିନ୍ନ କାର୍ଯ୍ୟ ପାଇଁ ଆସୁଛନ୍ତି । ବରଗଡ଼ ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରସ୍ତାବିତ ଭଟଲି ଛକ ଓ ଗାନ୍ଧୀ ଛକ ଓଭର ବ୍ରିଜ କାମ ତଥା ବାନ୍ଦୁ ଟିକ୍ରା ରୁ ଜାତୀୟ ରାଜପଥ ର ରାସ୍ତା କୁ ପୂର୍ତ୍ତ ବିଭାଗ ଅଧୀନକୁ ଆଣିବା ଏବଂ ଅନ୍ୟାନ୍ୟ ପକଳ୍ପ ଗୁଡିକର କାମ ଅତିଶୀଘ୍ର ଆରମ୍ଭ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଙ୍କୁ ବିଧାୟକ ସାକ୍ଷାତ କରି ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।