ବ୍ରହ୍ମ କୁମାରୀ ବିଶ୍ଵ ବିଦ୍ୟାଳୟରେ ବିଶ୍ବ ବନ୍ଧୁତା ଦିବସ ପାଳିତ
ବରଗଡ଼ ଆଜି ୨୫.୦୮.୨୦୨୪ ରବିବାର ଦିନ ସ୍ଥାନୀୟ ଖଜୁରଟିକ୍ରା ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ଠାରେ ବିଶ୍ବ ବନ୍ଧୁତା ଦିବସ ଅନୁଷ୍ଠିତ ହୋଇଥିଲା ।
ଆଦରଣୀୟା ରାଜ ଯୋଗିନୀ ପ୍ରକାଶମଣୀ ଜୀଙ୍କ ପୂଣ୍ୟ ତିଥିକୁ ବିଶ୍ବ ବନ୍ଧୁତା ଦିବସ ନାମରେ ପାଳନ କରାଯାଇଥାଏ ।
ଏହି ଅବସରରେ ସମ୍ବଲପୁର ସବ ଯୋନ ମୁଖ୍ୟ ରାଜ ଯୋଗିନୀ ପାର୍ବତୀ ଦିଦି ମୁଖ୍ୟ ବକ୍ତା ତଥା ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏବଂ ବିଧାୟକ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ସଂସ୍ଥାର ଭୂୟସୀ ପ୍ରଶଂସା କରିଥିଲେ ଏବଂ ଯେତେବେଳେ ଆମକୁ ଯେଉଁ ପ୍ରକାର କାମ ଦେବେ ଆମେ ଯତପରୋନାସ୍ତି ଚେଷ୍ଟା କରିବୁ ବୋଲି ସାଂସଦ ଓ ବିଧାୟକ ରାଖୀ ବାନ୍ଧିବା ସହିତ ପ୍ରକାଶ କରିଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ପୈ।ରପାଳିକା ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝୀ, ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା,ଶିରୀଶ ବଲ୍ଲଭ ମିଶ୍ର,ଡାକ୍ତର ରାମକୃଷ୍ଣ ପୁରୋହିତ,ତୁଳସୀ ଚରଣ ଦାଶ,ଜୟ ପ୍ରକାଶ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ସଂସ୍ଥା ପକ୍ଷରୁ ବି.କେ ହିମାଂଶୁ, ଅକ୍ଷୟ, ଧନୁର୍ଦ୍ଧର,ଝିଲ୍ଲୀ,ଯୋସ୍ନା, ଲଳିତ , ଅନୀଲ, ପରମାନନ୍ଦ ପ୍ରମୁଖ ଭାଇ ଓ ଭଉଣୀମାନେ ସହଯୋଗ କରିଥିଲେ ।
ବରଗଡ଼ ମୁଖ୍ୟ ସଂଚାଳିକା ବି.କେ.ଯଶୋଦା ଭଉଣୀ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ ।
--------×××--------
Tags
BARGARH NEWS