ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଆଜି ପ୍ରତ୍ୟୁଷ ରୁ ବରଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଇନର ହ୍ଵିଲ କ୍ଲବ ଅଫ ବରଗଡ଼ ସେଣ୍ଟ୍ରାଲ ର ସଦସ୍ୟା ମାନେ ବରଗଡ ପୌରାଞ୍ଚଳ ର ବିଭିନ୍ନ ସ୍ଥାନରେ ଗୋ ମାତା ଙ୍କ ସେବା କରିଥିଲେ ।
ଏଇ ଅବସରରେ ସେମାନେ ଗୋମାତା ଙ୍କୁ ଚୋକର, ଗୁଡ଼ କଦଳୀ ଆଦି ଖାଇବାକୁ ଦେବାସହ ଗୋମାତା ଙ୍କ ପୂଜାର୍ଚ୍ଚନା କରିଥିଲେ । ବରଗଡ଼ ର ବିଶିଷ୍ଟ ଗୋ ସେବକ କାଶ୍ମୀର ସିଂ ଯିଏ କି ଦୀର୍ଘ ଦିନ ହେବ ଗାଈ ଗୋରୁମାନଙ୍କ ଚିକିତ୍ସା ତଥା ସେବା ଶୁସ୍ରୁଷା କରି ଆସୁଛନ୍ତି ତାଙ୍କ ସହ ମିଶି ଇନର ହ୍ଵିଲ ବରଗଡ଼ ସେଣ୍ଟ୍ରାଲ ସମ୍ପାଦକ କିରଣ କାଂସଲ, ସଭ୍ୟ ସନ୍ତୋଷ ଅଗ୍ରୱାଲ, କିରଣ ମିତ୍ତଲ ଓ ସନ୍ଧ୍ୟା ଅଗ୍ରୱାଲ ପ୍ରମୁଖ ଗୋକୁଳ ଧାମ, ଧର୍ମଶାଳା ଛକ, ଲମ୍ବା ବିଲଡିଙ୍ଗ, ଆଲେଖ୍ୟ ମନ୍ଦିର, ଜୀରା ବ୍ରିଜ ରେ ବୁଲୁଥିବା ସମସ୍ତ ଗାଈ ଗୋରୁ ମାନଙ୍କୁ ଖାଇବାକୁ ଦେଇଥିଲେ ।