ପୂଣ୍ୟତିଥିରେ ବଡମାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ
ବରଗଡ଼ : ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ପୂଣ୍ୟତିଥି ଅବସରରେ ବରଗଡ଼ ସାମ୍ବାଦିକ ସଂଘ ଓ ବଡମା ପରିବାର ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ଏବଂ ଘରୋଇ ବସଷ୍ଟାଣ୍ଡ ନିକଟରେ ଥିବା ବଡମାଙ୍କ ପ୍ରତିମୂର୍ତିରେ ବରଗଡ଼ ସାମ୍ବାଦିକ ସଂଘ ଓ ବଡମା ପରିବାର ତରଫରୁ ଏ ଅବସରରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଥିଲା । ବରଗଡ଼ ସାମ୍ବାଦିକ ସଂଘ ସଭାପତି ସୁରେନ୍ଦ୍ର ହୋତା, ସଂପାଦକ ପ୍ରେମାନନ୍ଦ ଖମାରୀ , ରବି ପଣ୍ଡା, ଉମେଶ ବିଶ୍ୱାଲ , ସିନେ ନିର୍ଦ୍ଦେଶକ ଲିଟୁ ମହାନ୍ତି , ବଦ୍ରି ପ୍ରସାଦ ସାହୁ , ରମଣୀ ରଞ୍ଜନ ବେହେରା, ଅଭିନେତ୍ରୀ କନକ ଡନସେନା, ସଂଜୀବ ମହାପାତ୍ର, ମହେନ୍ଦ୍ର ସାହୁ, କିଶୋର ମିଶ୍ର ସମେତ ବହୁ ଜନସାଧାରଣ ସାମିଲ ହୋଇ ବଡମାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।