*ଲିମ୍ଫାଟିକ ଫାଇଲେରିଆ ନିରାକରଣ ସଚେତନତା ଅଭିଯାନ ଓ ଶିକ୍ଷାର୍ଥୀଙ୍କ ସାମୂହିକ ଔଷଧ ସେବନ :*
ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଲିମ୍ଫାଟିକ ଫାଇଲେରିଆ ସମ୍ବନ୍ଧୀୟ ଜ୍ଞାନ ଓ ନିରାକରଣ ନିମିତ୍ତ ଔଷଧ ପ୍ରଦାନ କରାଯାଉଛି ।ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜୁନିଅର ରେଡ କ୍ରସର ପରାମର୍ଶଦାତା ଶିକ୍ଷକ ସଂଜୟ ଖମାରୀଙ୍କ ନେତୃତ୍ବରେ ବିଦ୍ଯାଳୟର ଶିକ୍ଷାର୍ଥୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ ଫାଇଲେରିଆ ନିରାକରଣ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଚଳିତ ମାସ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବେଳେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଡଃ ଆଞ୍ଚଳ ପ୍ରଧାନ, ଫାର୍ମାସିଷ୍ଟ ଦୀନ ଦୟାଲ୍ ପଟେଲ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଚନ୍ଦ୍ରମା କୁମ୍ଭାର, ଅଙ୍ଗନୱାଡି କର୍ମୀ ରାଜେଶ୍ଵରୀ ରାଉତ, ଅଙ୍ଗନୱାଡି କର୍ମୀ ଭାରତୀ ମଞ୍ଜରୀ ସାହୁ, ମହିଳା ସ୍ବେଚ୍ଛାସେବିକା ତତ୍ତ୍ଵମଞ୍ଜରୀ ପ୍ରଧାନ ଏବଂ କ୍ରିଷ୍ଣା ମହାପାତ୍ର ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଔଷଧ ସେବନ କରିବା କାର୍ଯ୍ୟରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ତେଜରାମ ସା, ଆଶୁତୋଷ ଭୋଇ , ସୁବାସ ଚନ୍ଦ୍ର ଖମାରୀ,ଜ୍ୟୋତିଶ୍ଚନ୍ଦ୍ର ପ୍ରଧାନ,ଅଙ୍କିତ ମହନ୍ତ, ପ୍ରଶାନ୍ତ ମହାପାତ୍ର,ଅମୂଲ୍ୟ ଭୋଇ, ରଂଜିତ ସାହୁ ,ବୋଧରାମ ବିଶ୍ବାଳ, ଅଶୋକ ଦାସ,ଆଲୋକ ଭୋଇ,ସୌଦାମିନୀ ବାରିକ, ରାଜକୁମାରୀ ଭୁଏ, ସରିତା ପଟେଲ,ମଞ୍ଜୁ ବଣିଆ, ରୁକୁଣୀ ସେଠ, ଅନୀଲ ସିଦାର ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷାର୍ଥୀ ଲିମ୍ଫାଟିକ ଫାଇଲେରିଆ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବା ସହିତ ନିରାକରଣ ଉପଯୋଗୀ ଔଷଧ ସେବନ କରିଥିଲେ।