ବରଗାଁ ରେ ବୈଷ୍ଣବ ସମ୍ମିଳନୀ ଅନୁଷ୍ଠିତ
ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ସ୍ଥାନୀୟ ସଂକ୍ରାନ୍ତି ପରିଷଦ ଓ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ର ମିଳିତ ଆନୁକୁଲ୍ୟରେ ବୈଷ୍ଣବ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ବିଶିଷ୍ଟ ସଙ୍କୀର୍ତ୍ତନ ଗାୟକ ମଧୁସୂଦନ ମେହେର ଓ ତାଙ୍କ ଧର୍ମ ପତ୍ନୀ ଗିରିଜା ମେହେର ଓ ପୁତ୍ର ଅନ୍ତର୍ଯ୍ୟାମୀ ମେହେର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲଳିତ ମୋହନ ପଣ୍ଡା ,ଗୋପାଳ ମିଶ୍ର,ପ୍ରମୋଦ ଦାଶ ସୁଶିଲ ବାରିକ,ଗୌର ଚନ୍ଦ୍ର ସାହୁ,ଭରତ ବଗର୍ତ୍ତି,ବିଶ୍ଵ ପ୍ରଧାନ କୈଳାଶ କର୍ଣ,କଲେକ୍ଟର ନାଏକ ,ଶୁରୁ ବାରିକ,ସୁଦାମ ଭୋଇ ଦୂର୍ବାଦଲ ପ୍ରଧାନ ,ବାଂକା ବିହାରି ସାହୁ ,ବଲ୍ଲଭ ମେହେର,ରୋହିତ ସାହୁ କୀର୍ତ୍ତି ଚନ୍ଦ୍ର ଦାସ,ସଚ୍ଚିଦାନନ୍ଦ ଦାସ ସୁଧାଂଶୁ ଦାସ ପ୍ରମୁଖ ସଙ୍କୀର୍ତ୍ତନ ଗୁରୁ ,ବାୟକ ଗାୟକ ଓ ବୈଷ୍ଣବ ଭକ୍ତ ଯୋଗ ଦେଇ ସମ୍ମିଳନୀ ରେ ସାମିଲ ହୋଇଥିଲେ । ଏହି ଅବସର ରେ ସଂପୃକ୍ତ ପରିବାର ତରଫରୁ ସମସ୍ତ ଗୁରୁ ମାନଙ୍କ ପଦ ଧୌତ କରାଯାଇ ଅଙ୍ଗ ବସ୍ତ୍ର ପ୍ରଦାନ କରାଯାଇଥିଲା ।ଗ୍ରାମ ର ସଂକ୍ରାନ୍ତି ପରିଷଦ ର ସମସ୍ତ ସଦସ୍ୟ ବୃନ୍ଦ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସାମ୍ପ୍ରତିକ ପରିସ୍ଥିତି ରେ
ଭାବ ଭକ୍ତି ଓ ରସାମୃତ ସଙ୍କୀର୍ତ୍ତନ ର ସ୍ଥିତି ସଂପର୍କ ରେ ଅନୁଷ୍ଟିତ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ସାମୁହିକ ହରି କୀର୍ତ୍ତନ ସହିତ ପ୍ରସାଦ ସେବନ ହୋଇଥିଲା ।
Tags
BARGARH NEWS