ସ୍ୱୟଂ ପ୍ରଭା ସାହିତ୍ୟ ସଂସଦ ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବରଗଡ଼ ର ସ୍ୱୟଂ ପ୍ରଭା ସାହିତ୍ୟ ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସର ରେ ଶୁକ୍ରବାର ବିଭିନ୍ନ ପ୍ରକାର ଫୁଲ ଓ ଫଳ ଗଛ ରୋପଣ କରାଯାଇଥିଲା । ସଭାନେତ୍ରୀ ନୁରାବତୀ ସାହୁ ସମ୍ପାଦିକା କମଳିନୀ ଦେବୀ ଙ୍କ ତତ୍ବାବଧାନରେ ସଦସ୍ୟା ସଂତୋଷିନି ଦାଶ,ରାଧାରାଣୀ ପଟ୍ଟନାୟକ ,ମୀନା ପଣ୍ଡା ନିରୁପମା ସତପଥି,କବିତା ଦେବତା, ସୁନୀତା ମିଶ୍ର ପ୍ରକୃତି ବନ୍ଧୁ ଡ ଡୋଳା ମଣି ସତପଥି,ସାମ୍ବାଦିକ ପ୍ରଦୀପ୍ତ ଭାନୁ ମହାନ୍ତି ,ପ୍ରଧାନ ଶିକ୍ଷକ ସୁଦୀପ୍ କୁମାର ରଥ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଫୁଲ ଓ ଫଳ ଗଛ ରୋପଣ କରିବା ସହିତ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନଙ୍କୁ ପୋଷ୍ୟ ଗଛ ଭାବେ ଦାୟିତ୍ବ ଅର୍ପଣ କରିଥିଲେ । ଗୋଟିଏ ଗଛ କୁ ଜଣେ ଲେଖାଏଁ ଯତ୍ନ ନେବାକୁ ସଂକଳ୍ପ ନେଇଥିଲେ । ସାହିତ୍ୟ ସଂସଦ ତରଫରୁ ଛାତ୍ର ଛାତ୍ରୀ ଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା ।
Tags
BARGARH NEWS