ଏଚିଭର୍ସ ହେଲପିଙ୍ଗ ଫାଉଣ୍ଡେସନ ଦ୍ୱାରା ଖୁଣ୍ଟପାଲି ସ୍ୱାସ୍ଥ୍ୟ କେନ୍ଦ୍ର ରେ ବୃକ୍ଷାରୋପଣ କାର୍ଯ୍ୟକ୍ରମ
ବରଗଡ଼-ଖୁଣ୍ଟପାଲି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ଏଚିଭର୍ସ ହେଲପିଙ୍ଗ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହୋଇ ଥିବା ବୃକ୍ଷାରୋପଣ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ନିରୁପମା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଲେ ପ୍ରଶାସନିକ ଅଧିକାରୀ ଡା. ଇପ୍ସିତା ପାତ୍ର, ଜନ୍ମଜୟ ସାମଲ ଏବଂ କର୍ମଚାରୀ ଉପସ୍ଥିତ ରହି ଥିଲେ. ଖୁଣ୍ଟପାଲି ସ୍ୱାସ୍ଥ୍ୟ କେନ୍ଦ୍ର ର ଡା ସୁଲୋଚନା ମେହେରଙ୍କ ସହ କର୍ମଚାରୀ ସରୋଜ କୁମାର ନାଏକ, ତରଣୀସେନ ଭଇଁସା, ବଳଦେବ ବେହେରା, ଧୀରଜ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରି ଥିଲେ. ଏହି ଅବସର ରେ ଏଚିଭର୍ସ ହେଲପିଙ୍ଗ ଫାଉଣ୍ଡେସନ ସଭାପତି ଦିବାକର ମାଝୀ, କିଶୋର ଚନ୍ଦ୍ର ସାହୁ, ସକଳ ମାଝୀ, ବୁଦ୍ଧଦେବ ଭୋଇ, ସୁଶାନ୍ତ ପଧାନ ପ୍ରମୁଖ ଅଂଶ ଗ୍ରହଣ କରି ଥିଲେ.
Tags
BARGARH NEWS