ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ବରଗଡ଼ ସହରର ଜବର ଦଖଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ବରଗଡ଼ ସହରର ଜବର ଦଖଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି |ଏହି ପରିପ୍ରେକ୍ଷୀରେ ସହରର କାଲିମନ୍ଦିର ଛକରୁ ଏସପି ଅଫିସ ଛକ, ଗାନ୍ଧିଛକ ରୁ ବାନ୍ଦୁଟିକ୍ରା ଛକ ରୁ ଭଟଲି ଛକ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ ପାଇଁ ରାସ୍ତା ଚିହ୍ନଟ କରାଯାଉଛି । ବରଗଡ଼ ସହର ରାଜସ୍ୱ ନିରୀକ୍ଷକ ଅଧିକାରୀ ସଞ୍ଜୀବ ମିଶ୍ର ଙ୍କ ନେତୃତ୍ଵ ରେ ଏକ ସ୍ବତନ୍ତ୍ର ଟିମ୍ ଗଠିତ ହୋଇ ମାପ କରା ଯାଇ ଜବର ଦଖଲ ଚିହ୍ନଟ କରାଯାଉଛି ।ସହର ମଧ୍ୟରେ ବହୁ ଏମିତି ସରକାରୀ ଜାଗା ଅଛି ଯୋଉଠି ବଡ ବଡ ବିଲଡିଂ ହୋଇ ଯାଇଚି।ପ୍ରଶାସନ କିଭଳି ଭାବରେ ସେ ସବୁ କୁ ଚିହ୍ନଟ କରି ଉଚ୍ଛେଦ କରିବ ଦେଖିବାକୁ ରହିଲା ।
ବରଗଡ଼ ପୌରପରିଷଦ କାର୍ୟନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କ ଉପସ୍ଥିତିରେ ଚିହ୍ନଟ କରାଯାଇଛି | ସରକାରି ଜମିରେ ନିର୍ମିତ ବେଆଇନ ଗୃହ ଏବଂ ଦୋକାନକୁ ଆଗାମୀ ଦିନରେ ଉଚ୍ଛେଦ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ ଓ ବରଗଡ଼ ତହସିଲଦାର ସୁଧୀର ନନ୍ଦ କହିଛନ୍ତି।କିଛି ଦିନ ପୂର୍ବରୁ ଘୁଳିପାଲି ଛକ ଠୁଁ ବାନ୍ଧୁଟିକିରା ଛକ ପର୍ଯ୍ୟନ୍ତ ମାପ କରାଯାଇଥିଲା ହେଲେ ଏ ପର୍ଯ୍ୟନ୍ତ କୌଣସି କାର୍ଯାନୁଷ୍ଠାନ ନିଆଯାଇ ନାହିଁ । ଜାତୀୟ ରାଜପଥ ରୁ ସହର କୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଅଟେ ହେଲେ ସେଥିପ୍ରତି ପ୍ରଶାସନ ର ଦୃଷ୍ଟି ପଡୁନି ସବୁବେଳେ ସେହି ରାସ୍ତା ରେ ଟ୍ରାଫିକ ସମସ୍ୟା ଦେଖା ଯାଉଚି । ଏବେ ପୁଣି ଗୋଟିଏ ବର୍ଷ ପରେ ସରକାରୀ ଜମି ଚିହ୍ନଟ ସହ ମାପ ଆରମ୍ଭ ହୋଇ ଗଲାଣି ।ପ୍ରଶାସନ କିପରି କୌଭଳି ଭାବରେ କାର୍ଯାନୁଷ୍ଠାନ ଏବେ ନେଉଛି ଦେଖିବାକୁ ବାକି ରହିଲା
Tags
ODISHA NEWS