ବର୍ଷେ ଭିତରେ ବିଜେଡି ସଫା:ପ୍ରଦୀପ ପୁରୋହିତ ।।
ବରଗଡ,୫ ୵ ୪
କୌଣସି ସାଧୁସନ୍ଥ ନୁହନ୍ତି, ଜଣେ ପ୍ରବୀଣ ରାଜନୀତିଜ୍ଞ ରାଜ୍ୟରେ ସ୍ବଚ୍ଛ ଓ ନିର୍ମଳ ଶାସନର ଦ୍ବାହୀ ଦେଇ ୨୪ ବର୍ଷ ଶାସନ କଳକୁ ହାତେଇଥିବା ବିଜୁ ଜନତା ଦଳର ଆଗାମୀ ଦିନର ଦୃଶ୍ଯପଟକୁ ନେଇ ଭବିଷ୍ୟତ ବାଣୀ କରିବା ବିଭିନ୍ନ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ବିଜୁ ଜନତା ଦଳର ସୃଷ୍ଟି, ଦଳର ମଝିଖୁଣ୍ଟକୁ ଉପାଡ଼ି ଫୋପାଡିବା, ବିକାଶ ଓ ପ୍ରଗତି ଆଳରେ କୋଟିକୋଟି ଟଙ୍କା ହଡ଼ପ କରିବା ଭଳି ଆରୋପରେ ଉବୁଟୁବୁ ହେଉଥିବା ବେଳେ ଆଗାମୀ ଦିନରେ ଦଳୀୟ ନେତା ଓ କର୍ମୀଙ୍କ ପତ୍ତା ରହିବ ନାହିଁ, ଏପରିକି ଓଡ଼ିଶାରେ ଶଙ୍ଖଚିହ୍ନ ଓ ବିଜେଡ଼ି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ସତରେ ପରିଣତ ହେବ ବୋଲି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ଭବିଷ୍ୟବାଣୀ କରିଛନ୍ତି ।
Tags
BARGARH NEWS