ଓସାକା ହାଇଦ୍ରାବାଦ ବରଗଡ଼ ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ସମ୍ବର୍ଦ୍ଧିତ
ବରଗଡ଼ : ଆଜି 03.04.25 ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ଓସାକା (WOSCA) ହାଇଦ୍ରାବାଦ କୁ ଆମର କୋଶଲ ଅଞ୍ଚଳ ର ଶିକ୍ଷା,ସ୍ୱାସ୍ଥ୍ୟ,ସଂସ୍କୃତି ସାହିତ୍ୟ ଆଦିକୁ ନେଇ ଏକ ବିଶ୍ୱ ସ୍ତରୀୟ ତିନି ଦିନ ବ୍ୟାପି କର୍ମଶାଳା କରି ଜନ ଜାଗରଣ କରିଥିବାରୁ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା I ସଭାପତି ପ୍ରମୋଦ ଝାଙ୍କର ସ୍ୱାଗତ ଭାଷଣ ରେ ଉପରୋକ୍ତ କର୍ମଶାଳା ରେ ମୁଖ୍ୟ ଭୂମିକା ନିଭାଇ ଥିବା ତିନି ଅତିଥି ଶ୍ରୀ କେ ତମନ୍ନା, ପ୍ରତିଷ୍ଠାତା ସଦସ୍ୟ, ଶ୍ରୀ ପଦ୍ମବାଭ ପ୍ରଧାନ, ବରିଷ୍ଠ ବୈଜ୍ଞାନିକ,DRDO ଓ ଶ୍ରୀ ପ୍ରଶାନ୍ତ ମାଝୀ,ଯୁବ ସଂଗ୍ରାମୀ ଙ୍କ ଅକ୍ଲାନ୍ତ ଉଦ୍ୟମ କୁ ପ୍ରଶଂସା କରି ସୁନ୍ଦର ଭାବେ ପରିଚୟ ପ୍ରଦାନ କଲେ I ସାଙ୍ଗଠନିକ ସମ୍ପାଦକ ଶ୍ରୀ କେଦାର ମିଶ୍ର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ ସହ ଆମ ସଂଘର ପ୍ରତିଷ୍ଠା ରୁ ନେଇ ଆଜିପର୍ଯ୍ୟନ୍ତ ବ୍ଲକ ସ୍ତରୀୟ ସଂଘ ରୁ ପଶ୍ଚିମ ଓଡିଶା ମହାସଂଘ ଗଠନ ଆଦି ରେ ଜ଼ିଲ୍ଲା ସଂଘ ର ଉପଲବ୍ଧି ଓ ଜାତୀୟ ସ୍ତରରେ ବରଗଡ଼ ସଂଘ ର ସ୍ୱତନ୍ତ୍ର ପରିଚୟ କୁ ଉଲ୍ଲେଖ କରିଥିଲେ I ଜ଼ିଲ୍ଲା ସଂଘ
ସମ୍ପାଦକ ଶ୍ରୀ ଗୋବିନ୍ଦ ଦାଶ ତାଙ୍କ ଅଭିଭାଷଣ ରେ ସଂଘର ବିଭିନ୍ନ ସମାଜିକ ସୁରକ୍ଷା, ସ୍ୱାସ୍ଥ୍ୟସେବା , ସାଂସ୍କୃତିକ, ସମାଜିକ ସଚେତନତା ସଭା, ରାଷ୍ଟ୍ର ପର୍ବ ଓ ଜୟନ୍ତୀ ପାଳନ ଆଦି କାର୍ଯ୍ୟକ୍ରମ ମାଧ୍ୟମ ରେ ଜ଼ିଲ୍ଲା ପ୍ରଶାସନ ତଥା ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଶଂସିତ ବୋଲି ସୂଚିତ କଲେ I
ସମ୍ନାନ୍ୱିତ ଅତିଥି ଶ୍ରୀ ମାଝୀ ଆମ ସଂଘ ର ପ୍ରଶଂଶା କରି ସଦା ଆଶୀର୍ବାଦ ଓ ସହଯୋଗ କାମନା କରିଥିଲେ I ଶ୍ରୀ ପ୍ରଧାନ ବରିଷ୍ଠ ମାନଙ୍କର ଅନୁଭବ ଅଞ୍ଚଳ ର ବିକାଶ ରେ ଏକ ବିଶେଷ ଆୟୁଧ ଓ ବଳିଷ୍ଠ ମାର୍ଗଦଶକ ହେବ ମତ ପୋଷଣ କଲେ I ଶ୍ରୀ କେ ତମନ୍ନା ଜ଼ିଲ୍ଲା ସଂଘର ଉଚ୍ଚ କୋଟିର ସେବା କାର୍ଯ୍ୟକ୍ରମକୁ ଧ୍ୟାନ ରଖି ପ୍ରଥମେ ହାଇଦ୍ରାବାଦ ରେ ଆମ ଅଞ୍ଚଳ ର ବରିଷ୍ଠଙ୍କ ସ୍ୱାସ୍ଥ୍ୟ ସେବା ଜନିତ ରହଣୀ ପାଇଁ *ଏକ କୋଶଲ ଭବନ ନିର୍ମାଣ* ତଥା ଉତ୍ତମ ସ୍ୱାସ୍ଥ୍ୟ ସେବା ପରାମର୍ଶ ପାଇଁ *ଏକ ଅନ ଲାଇନ ହେଲ୍ପ ଡେସ୍କ* ର ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ ଘୋଷଣା କଲେ I
ସଂଘ ତଫରୁ ଓସାକା କୁ ଏକ ସ୍ମୃତି ଚି଼ହ୍ନ ଓ ଯୁବ ସଂଗ୍ରାମୀ ଶ୍ରୀ ପାଣ୍ଡବ କର୍ଣ୍ଣ ଙ୍କୁ ତାଙ୍କର ଶହୀଦ ମାଧୋ ସିଂ ବଳିଷ୍ଠ ଭୂମିକା ପାଇଁ ଏକ ତୈଳଚିତ୍ର ସହ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା I ନବ ନିର୍ବାଚିତ ଅତାବିରା ବ୍ଲକ ସଂଘ ସଭାପତି,ସମ୍ପାଦକ ଓ କୋଷାଧ୍ୟାଖ ଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଗଲା I ସଂଘର ଉପସଭାପତି ଶ୍ରୀ ନିର୍ମଳ ଜିଶୋର କର ଶେଷରେ ସମସ୍ତ ଅତିଥି ଓ ଉପସ୍ଥିତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
Tags
BARGARH NEWS