ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଅବସର ରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ
ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଟିତ ହେଲା ପାରମ୍ପରିକ ପୋଷାକ ପରିଧାନ ପ୍ରତିଯୋଗିତା
ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଅବସର ରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପାରମ୍ପରିକ ପୋଷାକ ପରିଧାନ ପ୍ରତିଯୋଗିତା ଓ "ଆମ ପୋଷାକ ଆମ ପରିଚୟ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।ଉପ ନିର୍ଦ୍ଦେଶକ ବୟନ ଶିଳ୍ପ ବିଭାଗ ବରଗଡ଼ ଙ୍କ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଯୋଗିତା କୁ ଶୁଭ ଉଦ୍ଘାଟନ କରିବା ସହ ପାରମ୍ପରିକ ପୋଷାକ ପରିଧାନ କୁ ପ୍ରୋତ୍ସାହିତ କରିବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁ , ବୟନ ଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ ପ୍ରସନ୍ନ କୁମାର ଗନ୍ତାୟତ ,ଉପ ନିର୍ଦ୍ଦେଶକ ହୃଷୀକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।ବିଚାରକ ଭାବେ ନୃତ୍ୟ ନିର୍ଦ୍ଦେଶକ ଶଙ୍କର ପଟ୍ଟନାୟକ,ଗୋପାଳ ପ୍ରସାଦ ମିଶ୍ର ଓ ସୁରେନ୍ଦ୍ର ମେହେର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟ କ୍ରମ ରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପାରମ୍ପରିକ ପୋଷାକ ପରିଧାନ ସହିତ ନିଜର ଅଙ୍ଗ ଭଙ୍ଗୀ ପ୍ରଦର୍ଶନ କରିଥିଲେ ।ସ୍କୁଲ ସ୍ତର ରେ ରାଣା ପ୍ରତାପ ସ୍କୁଲ ଛାତ୍ରୀ ବୈଷ୍ଣବୀ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ଥିବା ବେଳେ ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସାଇନା ମଲ୍ଲିକ ଦ୍ବିତୀୟ ଓ ରାଣା ପ୍ରତାପ ସ୍କୁଲ ଛାତ୍ରୀ ପିଙ୍କି ବିଶି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ବେଳେ ।ଠିକ୍ ସେହିପରି ମହାବିଦ୍ୟାଳୟ ସ୍ତର ରେ
ବରଗଡ଼ ପାର୍ବତୀ ଗିରି ମହିଳା ମହା ବିଦ୍ୟାଳୟ ଛାତ୍ରୀ କୌଶଲ୍ୟା ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ଜିତେଶ୍ୱରି ନାଏକ ଦ୍ବିତୀୟ ଓ ରାକ୍ଷୀ ସରାଫ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ଥିଲେ ।
Tags
BARGARH NEWS