ବିଜେପି ବରଗଡ ଜିଲ୍ଲା ର ସାଂଗଠନିକ ବୈଠକ ଅନୁଷ୍ଠିତ ।
ବରଗଡ଼ ଜିଲ୍ଲା କାର୍ଯ୍ୟାଳୟ ଠାରେ,ବିଜେପି ବରଗଡ ଜିଲ୍ଲାର ଏକ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଡ଼ ଅରୂପାନନ୍ଦ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାର 38 ମଣ୍ଡଳର ସଭାପତି , ଜିଲ୍ଲା ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବହୁ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଏହି ବୈଠକରେ ଯୋଗଦେଇଥିଲ।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମାନନୀୟ ମନମୋହନ ସାମଲ ଯୋଗଦେଇ ତୃଣମୂଳ ସ୍ତରରେ ବରଗଡ ଜିଲ୍ଲାରେ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଫଳ ସମାଜର ତଳ ସ୍ତରର ଲୋକମାନଙ୍କ ପାଖରେ କିପରି ପହଞ୍ଚି ପାରିବ, ସେଥିପାଇଁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଆଜିର ବୈଠକ କୂ ଜିଲ୍ଲା ସଧାରଣ ସମ୍ପାଦକ ରବି ନାରାୟଣ ଦାଶ ପରିଚାଳନା କରିଥିବା ବେଳେ, ବରିଷ୍ଠ ନେତା ସୁରେଶ୍ଵର ଶତପଥି, ମହମ୍ମଦ ରଫିକ, ସୌରିଚରଣ ବାରିକ, ଗୋବର୍ଦ୍ଧନ ଭୁଏ, ମିଳନ ସେଠ, କୁଶ କୁମ୍ଭାର, ଗୁନାରୁ ପ୍ରଧାନ, ସରୋଜ ସାମଲ, ଲକ୍ଷ୍ମଣ ନନ୍ଦ,ପରେଶ ବିଶି, ଯଶୋବନ୍ତ ସେଠ୍, ଅକୁର ମଲ୍ଲିକ, ସୁବ୍ରତ ହୋତା, ଇଶ୍ଵର ବାଗ, ଅକ୍ଷୟ ନାୟକ, ମିଳନ ସିଂ,ମଧୁ ଜୈନ, ପୂଜା ମହାପାତ୍ର , ଅର୍ଚ୍ଚନା ବାଗ,ମିନା ସରାଫ, ମମତା ଅଗ୍ରୱାଲ, ଚଞ୍ଚଳା ରାଉତ, ଇପସିତା ଦାସ ତଥା ଅନ୍ୟାନ୍ୟ ବହୁ ନେତୃବୃନ୍ଦ ଯୋଗଦେଇ ଚର୍ଚ୍ଚାରେ ଭାଗ ନେଇଥିଲେ।