ଧନୁଯାତ୍ରା ଅବସର ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ସପ୍ତମ ଦିନ ରେ ୧୧୧ୟୁନିଟ ରକ୍ତ ସଂଗୃହୀତ
ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଅବସର ରେ ଜର୍ଜ ହାଇସ୍କୁଲ ,ମିନା ବଜାର ପଡିଆ ଠାରେ ନିଷ୍ଠା ପରିବାର ତରଫ ରୁ ସପ୍ତମ ଦିନ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରେଡ ଡ୍ରପ ମାରାଥନ ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ଅତିଥି ଭାବରେ ବିକାଶ ଗ୍ରୁପ ର ପ୍ରତିଷ୍ଠାତା ଡି ମୂରଲୀ କ୍ରିଷ୍ଣା, ଦେବଗଡ଼ ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଧନୁଯାତ୍ରା ଦେଖି ଆସିଥିବା ସମୟ ରେ ରକ୍ତ ଦେବା ପାଇଁ ଯୁବକ ଯୁବତୀ ଙ୍କ ମଧ୍ୟ ରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୧୧୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ କୋଟି କୋଟି ପ୍ରଣାମ ଓ ହୃଦୟ ରୁ ଧନ୍ୟବାଦ ଜ୍ଞାପନ କରୁଛୁ।
Tags
BARGARH NEWS