ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ
ବରଗଡ଼ : ସ୍ୱାମୀ ବିବେକାନନ୍ଦଙ୍କ ୧୬୩ ତମ ଜୟନ୍ତୀ ଅବସରରେ ବରଗଡ଼ ଗୋବିନ୍ଦପାଲି ଛକ ରେ ଥିବା ସ୍ୱାମୀ ଜୀଙ୍କ ପ୍ରତିମୂର୍ତ୍ତି ରେ ବରଗଡ଼ ସଚେତନ ନାଗରିକ ମଞ୍ଚ, ସରକାରୀ ବସ ଷ୍ଟାଣ୍ଡ ଗ୍ରୁପ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ସ୍ୱାମୀ ଜୀ ଙ୍କ ଓଜସ୍ୱ ବାଣୀ, ଯୁବା ମାନଙ୍କୁ ମାର୍ଗ ଦର୍ଶନ ଉପରେ ଦେଇଥିବା ବାର୍ତ୍ତା କୁ ମନେ ପକାଇ ରାଜେନ୍ଦ୍ର ସିକନ୍ଦର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ଏହି ଅବସରରେ ସାମ୍ବାଦିକ ବୀରେନ ପ୍ରଧାନ, ପୂର୍ବତନ ଉପନଗରପାଳ ଭରତ ମହାନ୍ତି, ଭବାନୀ ସାହୁ, ଚିତ୍ତରଞ୍ଜନ ମେହେର,ଟଙ୍କଧର ଭେସ୍ରା, ଶୟନ ପଣ୍ଡା,ବିମଲ ମହାନନ୍ଦ, ଲତିଫ ଖାନ,ସରୋଜ ନାଏକ, ରମେଶ ବେହେରା ବିଜୟ ମହାରଣା,ଲୋକେଶ ବାରିକ, ଜିଭି ରାଓ, ଗୋବିନ୍ଦ ଶର୍ମା ଓ ଅନ୍ୟମାନେ ଉପସ୍ଥିତ ରହି ଏହି ମହାପୁରୁଷଙ୍କ ସ୍ମୁତି ଉଚ୍ଚାରଣ କରି ଥିଲେ।
Tags
BARGARH NEWS