ହୀରାକୁଦ ରେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ର ସାଂଗଠନିକ ବୈଠକ
ପଶ୍ଚିମ ଓଡ଼ିଶା ରେ ପାଳିତ ହେବ ଆର୍ଯ୍ୟ ସମାଜ ର ୧୫୦ ତମ ପ୍ରତିଷ୍ଠା ଦିବସ
ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ର ଏକ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ବୈଠକ ସୁରେଶ ମୁନି ଙ୍କ ଅଧ୍ୟକ୍ଷତା ରେ ହୀରାକୁଦ ଆର୍ଯ୍ୟ ସମାଜ ମନ୍ଦିର ପରିସର ରେ ରବିବାର ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକ ରେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ର ମହାମନ୍ତ୍ରି
ପଣ୍ଡିତ ଧନୁର୍ଦ୍ଧର ମହାପାତ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ରାଜକୁମାର ବରାଡ ମାସିକ ବିବରଣୀ ଉପସ୍ଥାପନ କରିଥିଲେ ।ପଣ୍ଡିତ ଦିନମଣି ବାରିକ ଙ୍କ ସମେତ ବିଭିନ୍ନ ଜିଲ୍ଲା ରୁ ଆସିଥିବା ବରିଷ୍ଠ ସଦସ୍ୟ ବୃନ୍ଦ ଙ୍କ ଦ୍ଵାରା ଆଗତ ବିଭିନ୍ନ ସାଂଗଠନିକ ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇ ଥିଲା । ଏଥି ସହିତ ଚଳିତ ବର୍ଷ ଆର୍ଯ୍ୟ ସମାଜ ପ୍ରତିଷ୍ଠା ର ୧୫୦ ବର୍ଷ ପୂର୍ତ୍ତି ହେଉ ଥିବାରୁ ଏହାକୁ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ଦ୍ୱାରା ଧୁମ୍ ଧାମ ରେ ପାଳନ କରିବାକୁ ନିଷ୍ପତ୍ତି ଗୃହୀତ ହୋଇ ଥିଲା । ଏହି ଅବସର ରେ ପଶ୍ଚିମ ଓଡ଼ିଶା ର ୧୦ ଜିଲ୍ଲା କୁ ଚାରୋଟି ଜୋନ୍ ରେ ବିଭକ୍ତ କରାଯାଇ ସମ୍ବଲପୁର କୁତ୍ରା,ବରଗଡ଼,ସୋନପୁର ଆଦି ଚାରି ଟି ସ୍ଥାନ ରେ ସାଂଗଠନିକ ବୈଠକ ଅନୁଷ୍ଟିତ ହେବ ବୋଲି ସୂଚନା ଦିଆ ଯାଇଛି ।ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ଅଧ୍ୟକ୍ଷ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ, ମହା ସଚିବ ପଣ୍ଡିତ ଧନୁର୍ଦ୍ଧର ମହାପାତ୍ର, ପଣ୍ଡିତ ଦୀନମଣି ବାରିକ
ସ୍ଵାମୀ ଭାଗବତାନନ୍ଦ ସରସ୍ଵତୀ, ଆରୁଣୀ ଶାସ୍ତ୍ରୀ, ପୂର୍ଣା ନନ୍ଦ ଶାସ୍ତ୍ରୀ ସଚେତନ ମୁନି ସୁରେଶ ମୁନି ,ଶିବ ପ୍ରସାଦ ପାତ୍ର ପ୍ରମୁଖ ଜୋନ୍ ପର୍ଯ୍ୟବେକ୍ଷକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିବା ସମ୍ପାଦକ ରାଜ କୁମାର ବରାଡ ସୂଚନା ପ୍ରଦାନ କରିଛନ୍ତି। ଏହି ବୈଠକ ରେ ପଶ୍ଚିମାଞ୍ଚଳ ସମସ୍ତ ଜିଲ୍ଲା ର ସାଙ୍ଗଠନିକ କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ।
Tags
BARGARH NEWS