ଧନୁଯାତ୍ରା ଅବସର ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ଚତୁର୍ଥ ଦିନ ରେ ୮୦ୟୁନିଟ ରକ୍ତ ସଂଗୃହୀତ
ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଅବସର ରେ ଜର୍ଜ ହାଇସ୍କୁଲ ,ମିନା ବଜାର ପଡିଆ ଠାରେ ନିଷ୍ଠା ପରିବାର ତରଫ ରୁ ପଞ୍ଚମ ଦିନ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରେଡ ଡ୍ରପ ମାରାଥନ ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ଅତିଥି ଭାବରେ ବରଗଡ଼ ପୁର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, କାଉନସିଲର ନିତୁ ମାହାଣା, ଅକୁର ବାରିକ ଜ୍ୟୋତ୍ସ୍ନା ପାଇକ ଓ ଅନ୍ୟ କାଉନସିଲର,ବ୍ଲକ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା, ଗୋବିନ୍ଦ ପୁର ସରପଞ୍ଚ ପ୍ରଫୁଲ୍ଲ ନାୟକ, ସଭାପତି ଏସ ଡି ସି ସି ନରେନ୍ଦ୍ର ପ୍ରଧାନ,ଡାଇରେକ୍ଟର ଉମାକାନ୍ତ ପଧାନ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେରିୟସ ଡୁଙ୍ଗ ଡୁଙ୍ଗ ,ଜିଲ୍ଲା ବାର ଆସୋସିଏସନ ର ସଭାପତି ଭୀଷ୍ମ ସରାଫ, ଏନ୍ଫୋର୍ସମେଣ୍ଟ କମିଟିର କାର୍ଯ୍ୟକର୍ତା,ନବ କିଶୋର ପାଣିଗ୍ରାହୀ, ପ୍ରମୁଖ ଯୋଗ ଦେଇଥିଲେ।ଧନୁଯାତ୍ରା ଦେଖି ଆସିଥିବା ସମୟ ରେ ରକ୍ତ ଦେବା ପାଇଁ ଯୁବକ ଯୁବତୀ ଙ୍କ ମଧ୍ୟ ରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ବରଗଡ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୮୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ କୋଟି କୋଟି ପ୍ରଣାମ ଓ ହୃଦୟ ରୁ ଧନ୍ୟବାଦ ଜ୍ଞାପନ କରୁଛୁ।
Tags
BARGARH NEWS