ବରଗଡ଼ ଜିଲ୍ଲା ବିଜେପି ମଣ୍ଡଳ ସଭାପତି ମାନଙ୍କ ନାମ ଘୋଷଣା।
ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ ଷଡଙ୍ଗୀ ଙ୍କ ଅନୁମୋଦନ କ୍ରମେ , ବିଜେପି ରାଜ୍ୟ ଉପ ସଭାପତି ତଥା ବରଗଡ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଗୋଲକ ମହାପାତ୍ର ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡଳ ପାଇଁ ନିର୍ବାଚିତ ହୋଇଥିବା ମଣ୍ଡଳ ସଭାପତି ଏବଂ ଜିଲ୍ଲା ପାଇଁ ମଣ୍ଡଳ ପ୍ରତିନିଧି ମାନଙ୍କ ନାମ ଘୋଷଣା କରିଛନ୍ତି। ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସଭାରେ ନବ ନିର୍ବାଚିତ ମଣ୍ଡଳ ସଭାପତି ଏବଂ ମଣ୍ଡଳ ପ୍ରତିନିଧି ମାନଙ୍କୁ ସ୍ଵାଗତ କରିବା ସହିତ, ସେମାନଙ୍କର ଦାୟିତ୍ଵ ବିଷୟରେ ଜିଲ୍ଳା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଗୋଲକ ମହାପାତ୍ର ମାର୍ଗଦର୍ଶନ କରିଥିଲେ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଡ଼ ଅରୁପାନନ୍ଦ ସାହୁ, ଜିଲ୍ଲା ସହକାରୀ ନିର୍ବାଚନ ଅଧିକାରୀ ରବି ନାରାୟଣ ଦାଶ, ନିରୋଜ ପ୍ରଧାନ ପ୍ରମୁଖ ଉଦବୋଧନ ଦେଇଥିଲେ। ଘୋଷିତ ହୋଇଥିବା ନିର୍ବାଚିତ ମଣ୍ଡଳ ସଭାପତି ଏବଂ ପ୍ରତିନିଧି ଙ୍କ ତାଲିକା ନିମ୍ନ ରେ ପ୍ରଦାନ କରାଗଲା।
Tags
BARGARH NEWS