Shree Shyam Sandesh News

Translate

BARGARH NEWS ବିଦ୍ୟୁତ ଉପରୋକ୍ତ ଦାବୀ ପୂରଣ ନ କଲେ ଭୟଙ୍କର ଆନ୍ଦୋଳନ କରିବା ପାଇଁ ଚେତାବନୀ

ସଂଯୁକ୍ତ କୃଷକ ସଙ୍ଗଠନ ଓ ଉପଭୋକ୍ତା ମାନଙ୍କ ପକ୍ଷରୁ ଆଜି ଦିନ 10 ସମୟରେ ବରପାଲି ମାର୍କେଟ ୟାଡ଼ ଠାରେ ହଜାର ହଜାର ଲାଇନ ଗ୍ରାହକ ଏକତ୍ରିତ ହୋଇ ପ୍ରଥମେ ଗୋଟିଏ ସଭା କରାଗଲା। ସଭାରେ ସଂଯୁକ୍ତ କୃଷକ ସଂଗଠନ ର ତପନ ମିଶ୍ର ସଭାପରିଚାଳନା କରିଥିବା ବେଳେ ସଂଗଠନ ସଦସ୍ୟ ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, ଅଜିତ ଶତପଥୀ, ସୁଦାମ ପାତ୍ର, ସୁବାସ ପଧାନ, ଅରବିନ୍ଦ ପଣ୍ଡା, ନରେନ୍ଦ୍ର ଭୋଇ, ସୁନାଲି ବିଶି, ସୁଧୀର ବଗାର, ବୀରବଳ ମହାକୁଡ଼ ସମେତ ବରପାଲି ର ରାଜନୈତିକ ବ୍ୟକ୍ତି ବିଶେଷ ଏବଂ ସାମାଜିକ ଅନୁଷ୍ଠାନ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ, ମହାକାଳ ସଂଘ, ବଣିକ ସଂଘ, ସରପଞ୍ଚ ସଂଘ, ଉକିଲ ସଂଘ, ଟେକ୍ସି ସଂଘ, ସାମ୍ବାଦିକ ସଂଘ, ଗ୍ୟାରେଜ ସଂଘ, ଟ୍ରାକ୍ଟର ସଂଘ, ମାରୱାଡି ଯୁବମଞ୍ଚ, ଶ୍ରୀରାମ ସେନା ବିଦ୍ୟୁତ ସଂଘ, ବିଦ୍ୟୁତ ଉପଭୋକ୍ତା ସଂଘ, ଦୈନିକ ବଜାର କମିଟି ତରଫରୁ ଏହି ଆନ୍ଦୋଳନ କୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସମର୍ଥନ ଜଣାଇ ଛନ୍ତି। ବଜାର ପ୍ରାଙ୍ଗଣ ସଭାରେ ବକ୍ତା ମାନେ ବିଦ୍ୟୁତ ବ୍ୟବସ୍ଥା ବିରୋଧରେ ଦୃଢ଼ ପ୍ରତିବାଦ କରିଥିଲେ। ସେମାନଙ୍କ କହିବା ଅନୁସାରେ ଖର୍ଚ୍ଚ ବହୁଳ ବିଦ୍ୟୁତ ସେବା ଆମ ମାନଙ୍କ ପାଇଁ ଆସନ୍ତା ଦିନ ମାନଙ୍କରେ ଦୁର୍ଲ୍ଲଭ ହେବାର ସଂକେତ ଦେଇଥିଲେ। ଟାଟା ପାୱାର ର ମନମୁଖୀ, ବାରମ୍ବାର ବିଦ୍ୟୁତ କାଟ, ଲୋ ଭୋଳଟାଜ,ବିଲ ଦେଇଥିଲେ ମଧ୍ୟ ଅହେତୁକ ବିଲ ଆସିବା, ବକେୟା ବିଲ ଆଳରେ ଟ୍ରାସଫର୍ମର ମରାମତି ନ କରିବା, ସ୍ମାର୍ଟ ମିଟର ରେ ଅଧିକ ବିଲ ଆସିବା ପ୍ରସଙ୍ଗ ସଭାରେ ବକ୍ତାମାନେ ଉପସ୍ଥାପନା କାରି ପ୍ରତିବାଦ କରିଥିଲେ। ପରେ ଏକ ବିରାଟ ବାଇକ ରେଲି କାରି ତହସିଲ ଅଫିସ ପର୍ଯ୍ୟନ୍ତ ଆସି ତହସିଲଦାର ଶ୍ରୀଯୁକ୍ତ ରୁକ୍ମଣ ମେହେରଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ପାଞ୍ଚଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ର ନାରାୟଣ ପଣ୍ଡା ପାଠ କରିଥିବା ବେଳେ ସଂଗଠନ ଉପଦେଷ୍ଟା ମନୋଜ ପଟନାୟକ, କମଲେଶ ରାୟ, ଅଶୋକ ପଣ୍ଡା ଏବଂ ସଂଗଠନ ସଭାପତି କାରଣ ସାହୁ ତହସିଲଦାର ଙ୍କ ସହିତ ଆଲୋଚନା କରିଥିଲେ। ପାଞ୍ଚଦଫା ଦାବୀ ମଧ୍ୟରେ ସାଧାରଣ ଖାଉଟି ମାନଙ୍କୁ 300 ୟୁନିଟ ବିଦ୍ୟୁତ  ମାଗଣା,ଜଳସେଚନ ପାଇଁ ବ୍ୟବହୃତ ବିଦ୍ୟୁତ ଜଳକର ଭଳି ନେବା, ଜିଲ୍ଲାରେ ସ୍ମାର୍ଟ ମିଟର ବାଧ୍ୟତା ମୂଳକ ନ ଲଗାଇବା, ବକେୟା ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ଼ କରିବା ଏବଂ ବିଦ୍ୟୁତ ବିଭାଗ କୁ କମ୍ପାନୀ କରଣ ନ କରିବା ପାଇଁ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି। ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ସଂଗଠନ ସଦସ୍ୟ ପ୍ରଫୁଲ୍ଲ ପଧାନ, ଅଚ୍ୟୁତା ଦେହେରୀ, ଟିକେଶ୍ୱର ଦେହେରୀ, ଅଲେଖ ସୁନା, ଗୋବିନ୍ଦ ସାହୁ ସହଯୋଗ କରିଥିଲେ। ସେଠାରୁ ଦାବିପତ୍ର ଦେଇ ଫେରିବା ବେଳେ ଗ୍ରୀଡ଼ 2 ର ଗ୍ରାମ ପଞ୍ଚାୟତ ରେଶମ, ଅରେଇଗୁଡ଼ି, ଅଇଲାପାଲି, ସତଲମା ଏବଂ ତୁଳଣ୍ଡି ର ଚାଷୀ ବିଦ୍ୟୁତ ଉପଭୋକ୍ତା ମାନେ ସେମାନଙ୍କର ସ୍ମାର୍ଟ ମିଟର ନିଜେ ନିଜେ ଖୋଲି ଆଣି ପାଖାପାଖି ଏକ ହଜାର ମିଟର ଗ୍ରୀଡ଼ ରେ ଫେରସ୍ତ କରିଛନ୍ତି। ଏବଂ ଯଦି ଆଗାମୀ ଦିନ ରେ ବିଦ୍ୟୁତ ଉପରୋକ୍ତ ଦାବୀ ପୂରଣ ନ କଲେ ଭୟଙ୍କର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।

Post a Comment

COMMENT YOUR THOUGHT

Previous Post Next Post

AD : Contact for Advertisement

Samaleswari Agencies Bargarh | Best Wholesale & Retail Stationary Shop

Send Your News In Our WhatsApp OR Email .shreeshyamsandesh@gmail.com.....

Shorts From Shree Shyam sandesh News YouTube Channel

Shree Shyam Sandesh Web News
Welcome to Shree Shyam Sandesh Web News. Get Latest News Updates. हिंदी और उड़िया भाषा में भी उपलब्ध।
Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
Shree Shyam Sandesh News

Follow Us

Attractive Image

Video News

VIDEO NEWS

News Label

ADVT.

Advertise with Shree Shyam Sandesh News!
Boost your business by reaching thousands of viewers on our Website and YouTube Channel.
Contact Us: 8249070178
Visit: www.shreeshyamsandeshnews.in
YouTube: Shree Shyam Sandesh News
Affordable Rates | Effective Reach
Call Now for Enquiry!
error: Content is protected !!