*ଶୋଭା ବାଈ ଲାହାଙ୍ଗୀର ହିନ୍ଦୀ ସେବା ସମ୍ମାନରେ ସମ୍ମାନିତ*
ବରଗଡ।
ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ହିନ୍ଦୀ ବିଭାଗ ଠାରେ ଭଗବାନ ମିଶ୍ର ସ୍ମୃତି ସମିତି ଦ୍ବାରା ହିନ୍ଦୀ ଦିବସ ପାଳନ ହୋଇଯାଇଛି। ସମିତିର ମୁଖ୍ୟ ସମନ୍ମୟକ ବାଳକୃଷ୍ଣ ମିଶ୍ର ଅତିଥି ମାନଙ୍କୁ ମଞ୍ଚ କୁ ଆମନ୍ତ୍ରଣ କରିଥିଲେ।ସର୍ଦ୍ଦାର ପ୍ରୀତମ୍ ସିଂ ଙ୍କ ସଭାପତିତ୍ବରେ ଅନଷ୍ଠିତ ଏହି ସଭାରେ ଅତିଥି ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା।ସଭାରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ଶ୍ରୀମତୀ ରାଧାରାଣୀ ମିଶ୍ର। ସଭାପତିଙ୍କ ସ୍ଵାଗତ ଭାଷଣ ପରେ ଅତିଥି ପରିଚୟ ଶ୍ରୀମତୀ ଖୁସୁବୁ ଶର୍ମା କରାଇଥିଲେ।ସମିତିର ଅଧ୍ୟକ୍ଷ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ ସମିତିର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ହିନ୍ଦୀ ଭାଷା ସର୍ବ ଭାରତୀୟ ସ୍ତରରେ ଆମକୁ ଯୋଡ଼ି ରଖିବାରେ ସହାୟକ ହୋଇଛି ବୋଲି ମନ୍ତବ୍ୟ ରଖିଥିଲେ। ଏହି ଅବସରରେ ବରିଷ୍ଟ ତଥା ବିଶିଷ୍ଟ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶୋଭା ବାଈ ଲାହାଙ୍ଗୀର୍ ଙ୍କୁ ହିନ୍ଦୀ ଭାଷା ର ପ୍ରଚାର ପ୍ରସାର ପାଇଁ " ହିନ୍ଦୀ ସେବା ସମ୍ମାନ"ରେ ସମ୍ମାନିତ ତଥା ସମ୍ବର୍ଦ୍ଧିତ କରାଯାଇଥିଲା।ମାନପତ୍ର ପଠନ ଅଧ୍ୟାପକ ନବକୃଷ୍ଣ କରିଥଲେ। ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଅରୁଣା ସୋମନାଥେ ଯୋଗ ଦେଇ ବରଗଡ ଜିଲ୍ଲାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ରେ ସ୍ବର୍ଗତ ଭଗବାନ ମିଶ୍ର ଙ୍କ ଅବଦାନ ଅତୁଳନୀୟ କହିବା ସହ ହିନ୍ଦୀ ରାଜଭାଷା ହେବା ବ୍ୟତିରେକ ରାଷ୍ଟ୍ରଭାଷା ମାନ୍ୟତା ପାଇବା ନେଇ ମନ୍ତବ୍ୟ ରଖିଥିଲେ।ପରିଶେଷରେ ସମିତିର ସମ୍ପାଦକ ପ୍ରାଧ୍ୟାପକ ପ୍ରତୁଲ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ରେ କବିତା ପାଠୋତ୍ସବ ଅନଷ୍ଠିତ ହୋଇଥିଲା। ସୁଶ୍ରୀ ଅନାୟା ସାହୁ, ସୁପ୍ରୀତି ଭୋଇ, ଆଦ୍ୟାଶା ପାଣିଗ୍ରାହୀ,ସୁଜାତା ପଣ୍ଡା, ପ୍ରଦୀପ କୁମାର ମିଶ୍ର,ଶୋଭା ବାଈ ଲାହାଙ୍ଗିର,ସର୍ଦ୍ଦାର ପ୍ରିତମ ସିଂ, ଖୁସୁବୁ ଶର୍ମା, ହର୍ଜିନ୍ଦର୍ କୌର ସ୍ବରଚିତ କବିତା ପାଠ କରିଥିଲେ।କବିତା ପାଠୋତ୍ସବ କୁ ସଞ୍ଚାଳନ କରିଥିବା ବେଳେ ସମିତିର ଉପାଧ୍ୟକ୍ଷ କମଳ ଯୋଷୀ ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସମିତିର ଉପଦେଷ୍ଟା ପ୍ରାଧ୍ୟାପକ ସନ୍ତୋଷ ପଣ୍ଡାଙ୍କ ସହ ବରିଷ୍ଠ ସଦସ୍ୟ ସଦସ୍ୟା ନୀଳାମ୍ବର ମେହେର,ରାମ ଚନ୍ଦ୍ର ଠାକୁର, ଅଭିମନ୍ୟୁ ଭୋଷାଗାର, ଜଗଦୀଶ ସୈନ, ମନୋରମା ଷଡ଼ଙ୍ଗୀ, ମିନାକ୍ଷୀ ଦାଶ,ସୁନୀଲ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।
Tags
BARGARH NEWS