ବରଗଡ ତାଇକୋଣ୍ଡା
ଖେଳାଳୀ ଆଣିଲେ ଓଡିଶା ପାଇଁ ଗୌରବ
ଉତ୍ତରପ୍ରଦେଶ ର ଆଗ୍ରାସ୍ଥିତ ହୋଲି ପବ୍ଲିକ ସ୍କୁଲ ପରିସରରେ ତାଇକୋଣ୍ଡା ଫେଡରେସନ ଅଫ ଇଣ୍ଡିଆ ଦ୍ୱାରା ସେପ୍ଟେମ୍ବର 8 ରୂ 10 ପର୍ଯ୍ୟନ୍ତ ଆଯୋଜିତ ଜାତୀୟ ତାଇକୋଣ୍ଡା ପ୍ରତିଯୋଗିତାରେ ବରଗଡ ଜିଲ୍ଳା 2 ସ୍ବର୍ଣ୍ଣ ଏବଂ 1 ରୋପ୍ୟ ପଦକ ହାସଲ କରିଛି l ସବ ଜୁନିଅର ବର୍ଗ ରେ ପ୍ରିୟା ବେହେରା -ସ୍ବର୍ଣ୍ଣ ପଦକ (U-20) ଅନୁଭବ ଆଶୀର୍ବାଦ ନନ୍ଦ-ରୋପ୍ୟ ପଦକ (U- 25) ଏବଂ ଜୁନିଅର ବାଳିକା ବର୍ଗରେ ନୁପୁର ଠାକୁର -ସ୍ବର୍ଣ୍ଣ ପଦକ (+80) ହାସଲ କରି ଜିଲ୍ଲା ତଥା ଓଡିଶା ପାଇଁ ଗୌରବ ଆଣିଥିବାରୁ ଅଭିଭାବକ ତଥା କ୍ରୀଡାପ୍ରେମୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ବରଗଡ ଜିଲ୍ଲାର କୋଚ ତଥା ସେକ୍ରେଟାରୀ ବିଜୟ କୁମାର ଭୋଇ ଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ସମ୍ମାନିତ କରାଯାଇଥିଲା ଏହି ଅବସରରେ ଜିଲ୍ଲା ସଭାପତି ନବକିଶୋର ପାଣିଗ୍ରାହୀ, ଉପ ସଭାପତି ଆଶୁତୋଷ ରଥ, ମ୍ୟାନେଜର ନରେଶ ଠାକୁର ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଁଛନ୍ତି l
Tags
BARGARH NEWS