କାର ବାଇକ ଧକ୍କାରେ ଯୁବକ ଗୁରୁତର: ଚିକିତ୍ସାଲୟ ପହଞ୍ଚାଇଲା ସଂକଳ୍ପ ପରିବାର
ବରଗଡ଼ ୨୦/୦୯:- ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରଗଡ଼ ଭେଡେନ ରାସ୍ତା ସାହୁ ଟିକିରା ନିକଟରେ ଆଜି ଦିନ ୧୨.୩୦ ମିନିଟ ସମୟରେ ଏକ କାର ଓ ବାଇକ ମଧ୍ୟରେ ଭୟଙ୍କରଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ଆହତ ହେବା ସହିତ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ । ସଠିକ ସମୟରେ ସଂକଳ୍ପ ପରିବାରର ସଦସ୍ୟ ସୁରଜ ପଧାନ ଆହତ ଯୁବକକୁ ଚିକିତ୍ସାଲୟ ପହଞ୍ଚାଇ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥିଲେ |
ସୂଚନା ମୁତାବକ ଆଜି ଶୁକ୍ରବାର ଦିନ ୧୨.୩୦ମିନିଟ ସମୟରେ ବରଗଡ଼ ଭେଡେନ ରାସ୍ତାରେ କାର ଓ ବାଇକ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ବାଇକ ଚାଳକ ଦିନେସ ପଧାନ ବରଗଡ଼ରୁ ନିଜ କାମ ସାରି ନିଜ ଘର ତୁମଗାଁ କୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ କାର ଆସି ତାଙ୍କୁ ମୁହାଁମୁହିଁ ବାଡେଇଥିଲା ଫଳରେ ଦିନେସ ରାସ୍ତା ତଳକୁ ଛିଟିକି ଯିବା ସହିତ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା ।ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ସେ ରାସ୍ତା କଡରେ ପଡିରହିଥିଲେ । ଠିକ ସେହି ସମୟରେ ଭେଡେନରୁ ବରଗଡ଼ ଫେରୁଥିବା ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ସୁରଜ ପଧାନ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମାତ୍ର ଆମ୍ବୁଲାନ୍ସ ଉପଲବ୍ଧ ନଥିବାଜାଣି ସେ ନିଜର ଟ୍ରେଲି ଟେମ୍ପୁ ସାହାଯ୍ୟରେ ଆହତ ଦିନେଶ ପଧାନ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବହିଆଣିଥିଲେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ରଞ୍ଜିତ ସାହୁ, ବିକାଶ ଭୋଇ, ଚିନ୍ମୟ ପାଣ୍ଡେ ପ୍ରମୁଖ ପହଞ୍ଚି ଆହତ ଯୁବକର ଚିକିତ୍ସା କରାଇବା ସହିତ ତାଙ୍କର ପବିରାର ଲୋକଙ୍କୁ ଯୋଗାଯୋଗ କରିଥିଲେ ମାତ୍ର ଆହତ ଦିନେଶ୍ ପଧାନଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ଭିଭାଗୀୟ ଡାକ୍ତର ଭୀମସାର ବୁର୍ଲାକୁ ସ୍ଥାନାନ୍ତରନ କରିଥିଲେ ତେବେ ତାଙ୍କୁ ବୁର୍ଲା କୁ ନେଇ ଚିକିତ୍ସା କରାଇଥିଲେ । ସଠିକ ସମୟରେ ଚିକିତ୍ସାଲୟ ପହଞ୍ଚାଇବାରୁ ଯୁବକର ଜୀବନ ବଞ୍ଚିଯାଇଥିବା ବିଷୟରେ ବିଭାଗୀୟ ଡାକ୍ତର କହିଥିବାବେଳେ ସଂକଳ୍ପ ପରିବାର ସଦସ୍ୟ ସୁରଜ ପଧାନଙ୍କ ଉପଯୁକ୍ତ ସେବା ମୋନଭାବ ଯୋଗୁଁ ତାଙ୍କୁ ବୁଦ୍ଧିଜୀବୀ ମହଲରେ ଲୋକେ ପ୍ରସଂଶା କରିଛନ୍ତି ।
Tags
BARGARH NEWS