ଇନରହ୍ଵିଲ କ୍ଲବ ଅଫ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ହୋଟେଲ ଟୁଲୀ ପ୍ରିମିୟମ ରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମ ରେ କ୍ଲବ ର ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ ସନ୍ଧ୍ୟାରାଣୀ ମିଶ୍ର ଯୋଗଦାନ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।ଡିଷ୍ଟ୍ରିକ୍ଟ ଚେୟାରମେନ ଙ୍କ ଗସ୍ତ ଅବସରରେ ଦୁର୍ଗା ଟିଫିନ ନାମକ ଜଣେ ଗରିବ ଜଳଖିଆ ବ୍ୟବସାୟୀ ଙ୍କୁ ଏକ ବିରି ଚାଉଳ ପେଷାଇବା ମେସିନ ଇନରହ୍ଵିଲ କ୍ଲବ ଅଫ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ପ୍ରଦାନ କରାଯାଇଥିବା ବେଳେ
ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହିନ୍ଦୀ ବିଭାଗର ଛାତ୍ର ଛାତ୍ରୀ ଙ୍କ ପାଇଁ ୨ଟି ଗ୍ରୀନ ବୋର୍ଡ ଓ ଗୋଟିଏ ୱାଟର ଫିଲଟର ମଧ୍ୟ ପ୍ରଦାନ କରାଯାଇଛି ସେହିପରି ଚକରକେନ୍ଦ ସ୍ଥିତ ମାତୃଛାୟା ର ଶଯ୍ୟାଶାୟୀ ବୃଦ୍ଧ ବୃଦ୍ଧା ଙ୍କ ପାଇଁ ଦୁଇଟି ଷ୍ଟ୍ରେଚର ମଧ୍ୟ ସମେତ ରେ ଇନରହ୍ଵିଲ କ୍ଲବ ଅଫ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ଦିଆଯାଇଥିଲା।କ୍ଳବ ର ସଭାନେତ୍ରୀ ଭାବନା ଅଗ୍ରୱାଲ ଙ୍କ ନେତୃତ୍ୱ ରେ ଆୟୋଜିତ ଏଇ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାନେତ୍ରୀ ଗୀତାଞ୍ଜଳୀ ମେହେର, ସାଧାରଣ ସମ୍ପାଦିକା ଅଫସାନା ଲୋଧିଆ, ସହ ସମ୍ପାଦିକା ପିଙ୍କି ବଗର୍ତ୍ତୀ ଙ୍କ ସମେତ ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ ।