*ମାତୃଦିବସ ପାଳନର ଏକ ଅଭିନବ କାର୍ଯ୍ୟକ୍ରମ*
ଆଶ୍ବିନ କୃଷ୍ଣପକ୍ଷ ନବମୀ ଦିନଟି ମାତୃମାନଙ୍କ ତର୍ପଣ ପାଇଁ ଉଦ୍ଦିଷ୍ଟ । ଚଳିତ ମାତୃନବମୀ ଦିନ ବରଗଡ ସହରର ଭଟଲି ଛକ ସ୍ଥିତ ଦୀନବନ୍ଧୁ ନଗର, ସୁପ୍ରିୟା ମାର୍ଗ ପଡାବାସୀଙ୍କ ନେତୃତ୍ବରେ ଶ୍ରୀଯୁକ୍ତ ପ୍ରଭାତାଦିତ୍ଯ ମିଶ୍ରଙ୍କ ବାସଗୃହ ପ୍ରାଙ୍ଗଣରେ ମାତୃନବମୀ ପାଳନ କରାଯାଇଥିଲା । ଏହି ଅବସରରେ ଏକ ସଭାକାର୍ଯ୍ଯ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୁଖ୍ଯ ଅତିଥି ରୂପେ ସମାଜସେବୀ ଶ୍ରୀମତୀ କଳ୍ପନା ଷଡଙ୍ଗୀ, ମୁଖ୍ଯବକ୍ତା ରୂପେ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡଃ ସଂଘମିତ୍ରା ମିଶ୍ର ଏବଂ ସଭାପତି ରୂପେ ଶ୍ରୀମତୀ ମାଧବୀ ମିଶ୍ର ଯୋଗଦେଇଥିଲେ ।
ସଭାରେ ବୟୋଜ୍ଯେଷ୍ଠା ସଦସ୍ଯା ଶ୍ରୀମତୀ ପ୍ରେମଶିଳା ମିଶ୍ର ଏବଂ ବରିଷ୍ଠ ସଦସ୍ଯ ଶ୍ରୀଯୁକ୍ତ ନାରାୟଣ ଦାଶଙ୍କୁ ପଦଧୌତପୂର୍ବକ ପୂଜନ କରାଯାଇଥିଲା । ସମାଜସେବୀ ଶ୍ରୀମତୀ ସଂଘମିତ୍ରା ପଟେଲଙ୍କୁ ତାଙ୍କର ଶବଦାହ କାର୍ଯ୍ଯ ପାଇଁ ଶ୍ମଶାନବନ୍ଧୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଭାକାର୍ଯ୍ଯକୁ ସଂଚାଳନ କରିଥିଲେ କବୟିତ୍ରୀ ପ୍ରବାସିନୀ ହୋତା । ଗୀତିକାର ଅଶୋକ ପଶାୟତ ମାତୃବନ୍ଦନା ଗାନ ଏବଂ କବୟିତ୍ରୀ ଜୟଶ୍ରୀ ଦାଶ ମାତୃ କବିତା ପଠନ କରିଥିଲେ । ବବିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନେ ଏହି ଅଭିନବ କାର୍ଯ୍ୟକ୍ରମର ଭୁରି ପ୍ରଶଂସା କରିଥିଲେ ।
Tags
BARGARH NEWS