କ୍ରୀଡ଼ା ପାଇଁ ଆନ୍ତର୍ଜାତିୟ ମାଷ୍ଟର ଆଥଲେଟ ସନ୍ତୋଷ କୁମାର ପଧାନ ସମ୍ବର୍ଦ୍ଧିତ।
ବରଗଡ/ଭୁବନେଶ୍ବର- ଭୁବନେଶ୍ବର ରୁ ପ୍ରକାଶିତ ତୈଭାଷିକ ସାପ୍ତାହିକ ସମ୍ବାଦପତ୍ର ଆଶାପ୍ରଦୀପ ର 20 ତମ ପ୍ରତିଷ୍ଠାତା ଦିବସ ଭୁବନେଶ୍ବର ର ଗୀତ ଗୋବିନ୍ଦ ଭବନ ଠାରେ ମହା ଆଡମ୍ବର ରେ ପାଳନ ହୋଇ ଯାଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ଯାଜପୁର ସାଂସଦ ଶ୍ରୀ ଡଃ.ରବି ନାରାୟଣ ବେହେରା, ସମ୍ମାନିତ ଅତିଥିଭାଦେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ପାଟ୍ଟଶାଣୀ, ସୁପ୍ରିମକୋର୍ଟ ର ବରିଷ୍ଠ ଆଇନଜୀବୀ ପ୍ରତିଭା ବର୍ମା, ବି କେ ବି କଲେଜର ଇଂରାଜୀ ପ୍ରଧ୍ୟାପକ ଡଃ.ସରୋଜ କୁମାର ମହାପାତ୍ର, ସ୍ବରାଜ ହସ୍ପିଟାଲ ର ଅଧ୍ୟକ୍ଷ ଶ୍ରୀ ସ୍ଵାଧୀନ ମିଶ୍ର ଓ ସମ୍ବାଦ ପତ୍ର ର ସମ୍ପାଦିକା ବ୍ରହ୍ମ ପ୍ରିୟା ସାମନ୍ତରାୟ ଯୋଗଦାନ କରି ସାମ୍ବାଦିକତା ଓ ଜନସାଧାରଣଙ୍କ ବିଷୟରେ ଆଲୋକପାତ କରିଥିଲେ. ଏହି କାର୍ଯ୍ୟକ୍ରମ ର ଅବସରରେ ବିଭିନ୍ନ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ତନ୍ମଧ୍ୟରୁ ଆନ୍ତର୍ଜାତିୟ ଓ ଜାତୀୟସ୍ତରରେ ଓଡିଶା ତଥା ଦେଶ ପାଇଁ କ୍ରୀଡା କ୍ଷେତ୍ରରେ ଗୌରବ ଆଣିଥିବା କ୍ରୀଡାବିତ୍ ଶ୍ରୀ ସନ୍ତୋଷ କୁମାର ପଧାନ ଙ୍କୁ ସମ୍ମାନିତ କରାଯାଇଥିଲା, ଏପରି କାର୍ଯ୍ୟ ପାଇଁ ଅତିଥି ମାନେ ଉଚ୍ଚ ପ୍ରଶଂସିତ ହେବା ସହିତ ଆଗାମୀ ଆନ୍ତର୍ଜାତିୟ ମାଷ୍ଟର ପ୍ରତି ଯୋଗୀତା ପାଇଁ ସହଯୋଗ ତଥା ଶୁଭେଚ୍ଛା କାମନା ଜଣାଉଛନ୍ତି
Tags
BARGARH NEWS