ଆନ୍ତଃ ଜିଲ୍ଲା ମହିଳା ପି ସି ବେହେରା ଫୁଟବଲ ଟୁର୍ଣ୍ଣାମେଣ୍ଟ ବରଗଡ ରେ ଆସନ୍ତା ୨୩ ତାରିଖ ରୁ ।
ଆୟୋଜିତ ହେବ ବରଗଡ ,ସୋହେଲା ଓ କଦଳୀ ପାଲି ତିନିଟି ଜୋନ ରେ ।
*************************************
ବରଗଡ : ଆସନ୍ତା ୨୩ ତାରିଖରୁ ବରଗଡ ଜିଲ୍ଲା ରେ ଆରମ୍ଭ ହେବାକୁ ଯାଉଛି ଆନ୍ତଃ ଜିଲ୍ଲା
ମହିଳା ପି ସି ବେହେରା ଫୁଟବଲ୍ ଟୁର୍ନାମେଣ୍ଟ - ୨୦୨୪ | ଫୁଟବଲ ଏସୋସିଏସନ ଅଫ ଓଡ଼ିଶା ଓ ଜିଲ୍ଲା କ୍ରୀଡା ସଂସଦ ବରଗଡ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ଟି ଆସନ୍ତା ୨୩.୦୮.୨୦୨୪ ତାରିଖ ରୁ ଆରମ୍ଭ ହୋଇ ୦୧.୦୯.୨୦୨୪ ରେ ଫାଇନାଲ୍ ସହିତ ଶେଷ ହେବ | ଚାରୋଟି ଜୋନ ସହିତ ତିନୋଟି ସ୍ଥାନରେ ଏହା ଖେଳାଯିବ | ତନ୍ମଧ୍ୟରୁ ବରଗଡରେ ଦୁଇଟି ଜୋନ୍ ରେ ଖେଳ ଆୟୋଜନ ହେବ ଏବଂ ଏହା ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ, ସୋହେଲାରେ ଗୋଟିଏ ଜୋନ୍ ଯାହାକି ସୋହେଲା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ଏବଂ ସୋହେଲା ଏଥେଲେଟିକ ଏସୋସିଏସନ ସହ-ହୋଷ୍ଟ ଭାବରେ ଆୟୋଜିତ କରିବ ଏବଂ କାଦଲିପାଲି ରେ ଗୋଟିଏ ଜୋନ୍ ଖେଳାଯିବ ଯାହାକି ଆନନ୍ଦ ଫୁଟବଲ ଗ୍ରାଉଣ୍ଡରେ ଏବଂ ଆଥଲେଟିକ୍ ଆସୋସିଏସନ୍, କାଦଲିପାଲି ଦ୍ୱାରା ସହ-ହୋଷ୍ଟ ଭାବରେ ଏହା ଆୟୋଜିତ ହେବ । ବରଗଡ ଷ୍ଟାଡିୟମ ରେ ୧୧ ଟି ଦଳ ଯଥା (ଜୋନ୍ -୧- ଖୋର୍ଦ୍ଧା , ଝାରସୁଗୁଡ଼ା, ସୁବର୍ଣ୍ଣପୁର, ଭଦ୍ରକ, କଟକ), (ଜୋନ୍ ୨- ସମ୍ବଲପୁର, କେନ୍ଦ୍ରାପଡା, ବାଲେଶ୍ଵର, ଯାଜପୁର, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ସୁନ୍ଦରଗଡ- ବି) ଦଳ ଗୁଡିକ ୧୦ ଟି ମ୍ୟାଚ୍ ଖେଳିବେ | ସୋହେଲା ଜୋନ ଠାରେ ୬ ଟି ଟିମ୍ ଯଥା (ସୁନ୍ଦରଗଡ- ଏ, ଓଡିଶା ପୋଲିସ୍, ଜଗତସିଂପୁର, ଦେଓଗଡ, ନବରଙ୍ଗପୁର, ମୟୂରଭଞ୍ଜ) ଦଳ ଗୁଡିକ ୫ ଟି ମ୍ୟାଚ୍ ଖେଳିବେ । ସେହିପରି କଦଲିପାଲି ଠାରେ ୫ ଟି ଦଳ ଯଥା (ପୁରୀ, ବରଗଡ, ବଲାଙ୍ଗୀର, କେନ୍ଦୁଝର ,ଭୁବନେଶ୍ୱର) ଆଦି ୪ ଟି ଦଳ ମ୍ୟାଚ ଖେଳିବେ । ଆସନ୍ତା ୩୦/୦୮/୨୦୨୪ ତାରିଖ ରେ ପ୍ରତିଯୋଗିତା ର ଦୁଇଟି ଯାକ ସେମି ଫାଇନାଲ୍ ଆୟୋଜିତ ହେବ ଏବଂ ୦୧/୦୯/୨୦୨୪ ତାରିଖ ଦିନ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ | ଏହି ଟୁର୍ନାମେଣ୍ଟ ପାଇଁ ଖେଳାଳିଙ୍କ ରହଣି ବରଗଡ ରେ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ, ଗୌରୀ କଲ୍ୟାଣ ମଣ୍ଡପ, ସୋହେଲା ଏବଂ କେ ଡି ଭବନ, କଦଲିପାଲି ରେ ବ୍ୟବସ୍ଥା କରାଯାଇଛି। ଏହି ଟୁର୍ନାମେଣ୍ଟ ରେ ଅଫିସିଆଲ୍ ହେବାକୁ ମୋଟ ୨୧ ମ୍ୟାଚ ରେଫରି ଅଛନ୍ତି | ଏହା ବ୍ୟତୀତ ପ୍ରତ୍ୟେକ ପଡିଆ ପାଇଁ ଜଣେ ଲେଖାଏଁ ଏଭଳି ତିନି ଜଣ ମ୍ୟାଚ କମିଶନର ରହିବେ, | ରେଫରି ମାନଙ୍କର ସମୀକରଣ ହେଉଛି ୧୧ (ବରଗଡ) / ୫ (ସୋହେଲା) / ୫ (କଦଲିପାଲି) | ସମସ୍ତେ ଫୁଟବଲ ଏସୋସିଏସନ ଅଫ ଓଡ଼ିଶା କ୍ୱାଲିଫାଏଡ୍ ଏଲିଟ୍ ପ୍ୟାନେଲ୍ ରେଫରି ଏବଂ ୨୧ ଜଣ ରୁ, ୧୫ ଜଣ ମହିଳା ରେଫରି ମ୍ୟାଚ୍ ପରିଚାଳନା କରିବେ | ଏହି ଟୁର୍ନାମେଣ୍ଟ ରେ ଫୁଟବଲ ଏସୋସିଏସନ ଅଫ ଓଡ଼ିଶାର ରେଫରି ମାନଙ୍କ ମୁଖ୍ୟ ଦୁର୍ଗା ମାଧବ ନାୟକ ଉପସ୍ଥିତ ରହିବେ ଓ ତାଙ୍କ ତତ୍ବାବଧାନ ରେ ଅଫିସିଆଲ୍ ମାନେ ମ୍ୟାଚ୍ ପରିଚାଳନା କରିବେ | ବରଗଡରେ ମ୍ୟାଚ୍ ସମୟ ପ୍ରଥମ ମ୍ୟାଚ୍ ଅପରାହ୍ନ ୨ ଘଣ୍ଟା ଏବଂ ଦ୍ଵିତୀୟ ମ୍ୟାଚ୍ ଅପରାହ୍ନ ଘ୩.୩୦ ମି ଏବଂ ସେହିପରି ସୋହେଲା ଓ କଦଳି ପାଲି ରେ ଅପରାହ୍ନ ଘ ୩.୩୦ ମି ରେ ଆୟୋଜିତ ହେବ ବୋଲି ଆଜି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ କୁ କ୍ରୀଡା ସଂସଦ ଉପ ସଭାପତି ଯୁଗଳ ପ୍ରସାଦ ସିଂ, ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର , ଇଣ୍ଡୋର୍ ଗେମ୍ସ ସମ୍ପାଦକ ତଥା ଫାଓ ର ଉପ - ସଭାପତି ରବି ପଣ୍ଡା ପ୍ରମୁଖ ସମ୍ବୋଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ତଥା ଯୁଗ୍ମ ସମ୍ପାଦକ ତୁଷାରକାନ୍ତି ମିଶ୍ର, କୋଷାଧ୍ୟକ୍ଷ ଡ. ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଉଟ୍ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, କାଉନସିଲ ସଦସ୍ୟ ମହେନ୍ଦ୍ର ଦାଶ , ପ୍ରଦୀପ ସାହୁ,କ୍ରୀଡା ଶିକ୍ଷକ ତଥା ରେଫରୀ ସଚ୍ଚିଦାନନ୍ଦ ପଣ୍ଡା, ନିରଞ୍ଜନ ମହାକୁଡ, କଦଳୀପାଲି ଜୋନ ରୁ ପ୍ରାକ୍ତନ ଫୁଟବଲ ଖେଳାଳୀ କ୍ଷୀତିପତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।