ଅଧିନିୟମ ୩୭୭ ଅନୁଯାଯୀ ଓଡ଼ିଶା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବୀକଲେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ

ଓଡ଼ିଶାରେ ବିଜୁ ଜନତା ର ସରକାର ସମୟରେ ୧ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଖଣି ଦୁର୍ନୀତି ଉପରେ ସାହା କମିଶନ ସମୀକ୍ଷା କରି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ତତ୍କାଳୀନ ବିଜୁ ଜନତାଦଳ ର ସରକାର ରାଜ୍ୟ ଭିଜିଲାନ୍ସ ବିଭାଗ ଖଣି ଦୁର୍ନୀତିର ତଦନ୍ତ କରି ଖଣି ଦୁର୍ନୀତିରେ ଲିପ୍ତ ଥିବା ବଡ ବଡ କଂପାନୀ ସରକାରୀ ଅଧିକାରୀ ମାନଙ୍କୁ ସୁରକ୍ଷା ଦେଇ ଥିଲା ଆଜି ଏ ପ୍ରସଙ୍ଗ ଲୋକ ସଭାରେ ଅଧିନିୟମ ୩୭୭ ଅନୁସାରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଉଦଥାପନ କରି ସିବିଆଇ ତଦନ୍ତ କରିଛନ୍ତି । ଶ୍ରୀ ପୁରୋହିତ ଉଲ୍ଲେଖ କରିଥିଲେ ଯେ,ଜଙ୍ଗଲ ବିଭାଗର ଅନୁମତି ନଥିବା ସତ୍ତ୍ବେ ଅନେକ ଜଙ୍ଗଲ ଜମିରେ ଲୁହା ପଥର ଖନନ କରି ରାଜ୍ୟ ରାଜକୋଷ ରୁ ୧ ଲକ୍ଷ କୋଟି ଟଙ୍କା ସଂପତ୍ତି ଲୁଟ କରାଯାଇଛି । ଏଭଲି ଓଡ଼ିଶାର ଏକ ବଡ ଖଣି ଦୁର୍ନୀତିର ସିବିଆଇ ଦ୍ବାରା ତଦନ୍ତ କରାଇବା ପାଇଁ କେନ୍ଦ୍ର ଖଣିମନ୍ତ୍ରୀ ଙ୍କ ଠାରେ ସାଂସଦ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି ।